Home ଓଡ଼ିଶା ପିକେଡିଏ ର ୩୫ତମ ବୈଠକ : ଶ୍ରୀକ୍ଷେତ୍ରକୁ ସରସ ସୁନ୍ଦର କରାଯିବ – ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ ମହାନଗର ନିଗମ ଘୋଷଣା ହେବା ପରେ ପୁରୀକୁ ସରସ ସୁନ୍ଦର ଓ ଧାର୍ମିକ ସହର ଭାବେ ବିଶ୍ବରେ ପରିଚିତ କରିବା ପାଇଁ ପିକେଡିଏ ଅଞ୍ଚଳକୁ ଟାଉନ ପ୍ଲାନିଂ ର ଆଧୁନିକ ରୂପ ରଖ ଦେବା ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ସର୍କିଟ ହାଉସ ଠାରେ ମଙ୍ଗଳବାର ଅଧ୍ୟକ୍ଷତା କରି କହିଛନ୍ତି । ପିକେଡିଏ ର ୩୫ ତମ ବୈଠକରେ ପୁରୀ- କୋଣାର୍କ ଅଞ୍ଚଳକୁ ଉର୍ନ୍ନତିକରଣ କରାଯିବ। ଐତିହ୍ଯକୁ ସଂରକ୍ଷଣ କରାଯିବ । ସହର ପରିକଳ୍ପନାକୁ ଅତ୍ଯାଧୁନିକ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ଗୃହ ନିର୍ମାଣ, ପାରିପାର୍ଶ୍ବିକ ଉନ୍ନୟନ, ପ୍ରଶାସନିକ ସୁଦୃଢତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ଏକ ରୂପ ଡିଜାଇନ ଓ ଏକକ ରଙ୍ଗ କରାଯିବ । ଐତିହ୍ୟସ୍ଥଳ, ଐତିହ୍ଯ ଭବନ ଓ ପ୍ରାକୃତିକ ଅଞ୍ଚଳ ସଂରକ୍ଷଣ ପାଇଁ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ କରାଯିବ । ବିଲ୍ଡିଂ ପ୍ଲାନ ଅନୁମୋଦନକୁ ସରଳ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଦେଉଥିବା ଏନଓସି ୩୦ ଦିନ ଭିତରେ ନଦେଲେ ଆବେଦକ ଗୃହ ନିର୍ମାଣ ଆବେଦନ ପ୍ଲାନ କୁ ପିକେଡିଏ ଅନୁମୋଦନ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଟାଉନ ପ୍ଲାନିଙ୍ଗ ସ୍କିମ ବାଲୁଖଣ୍ଡରେ ପିପିପି ମଡେଲରେ ମଲ୍ଟିଷ୍ଟୋରିଡ ହାଉସିଂ ପ୍ରକଳ୍ପ, ପିକେଡିଏ ପାଇଁ କ୍ଯାଡର ପୁର୍ନଗଠନ, ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟ ସ୍ଥାପନ, କର୍ମଚାରୀଙ୍କ ନିୟମିତକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ପିକେଡିଏ ଅଞ୍ଚଳ ଓ ପ୍ରସ୍ତାବିତ ବିସ୍ତାରିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ଏକ ନୂତନ ଓ ସଂଶୋଧିତ ସଂମ୍ପୂର୍ଣ୍ଣ ଉନ୍ନୟନ ପ୍ରଣାଳୀ ପ୍ରସ୍ତୁତ କରାଯିବ। ମାର୍କେଟ କମ୍ପ୍ଲେକ୍ସ ଗୁଡିକ କାର୍ଯ୍ଯ ଓ ପରିଚଳନା, ସ୍ମାର୍ଟ ପାର୍କ, ବଳିଆପଣ୍ଡା, ପିକେଆରଆଇଟି କଲୋନୀ ଆଲୋକୀକରଣ, ପିକେଡିଏ କାର୍ଯ୍ଯାଳୟ ଭବନର ମରାମତି, ତାଳବଣିଆ ଚିଲଡ୍ରେନ ପାର୍କ କୁ ଟେଣ୍ଡର ମାଧ୍ୟମରେ ପରିଚାଳନା, ପିକେଡିଏ ସଚିବଙ୍କ ଆର୍ଥିକ କ୍ଷମତା ବୃଦ୍ଧି ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ନିଆଯାଇଥିଲା । ୨୦୨୪-୨୫ ଓ ୨୦୨୫-୨୬ ପାଇଁ ବଜେଟ ଅନୁମୋଦନ କରାଯାଇଛି । ବୈଠକରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ପୌର କାର୍ଯ୍ଯନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ,ଓଡିଶା ଟାଉନ ପ୍ଲାନିଙ୍ଗ ନିର୍ଦ୍ଦେଶକ ,ନିମାପଡା ଏନଏସି ଅଧ୍ୟକ୍ଷା, କୋଣାର୍କ ଏନଏସି ଅଧ୍ୟକ୍ଷା, ପିକେଡିଏ ସଚିବ, ଆର୍ଥିକ ସଦସ୍ଯ, ଯାନ୍ତ୍ରିକ ସଦସ୍ଯ ଓ ଯୋଜନା ସଦସ୍ଯ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana June 26, 2026 ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ by Proprietor Abhimanyu Maharana June 26, 2026 କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026