କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ର ରେଲୱେ ଖେଲ ପଡ଼ିଆ ଠାରେ ଆସନ୍ତା ଜାନୁୟାରୀ ୯ ତାରିଖ ଆରମ୍ଭ ହୋଇ ତିନି ଦିନ ଧରି ଆୟୋଜିତ ହେବ ୨ୟ ବର୍ଷ କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬ ସେଥିପାଇଁ ସୋମବାର ସକାଳ ୧୧ ଟା ସମୟରେ ରେଲୱେ ଖେଲ ପଡ଼ିଆ ଠାରେ ଆୟୋଜକ କମିଟି ପକ୍ଷରୁ ଶୁଭ ଖମ୍ବ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାଟିର ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ ।

ପୂଜା ଅର୍ଚ୍ଚନା କରିବା ପରେ ଖମ୍ବ ସ୍ଥାପନ କରିସାରିବା ପରେ ମାଟିର ମହୋତ୍ସବ ର ପ୍ରଚାର ରଥ କୁ ପୂଜା କରି ବାହାର କରିବା ପରେ ପ୍ରଚାର ରଥ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ୩ ବ୍ଲକ ଭ୍ରମଣ କରିଛି । ଚଳିତ ବର୍ଷ ମାଟିର ମହୋତ୍ସବ ରେ ବିଭିନ୍ନ ଅଞ୍ଚଳ ରୁ କଳାକାର ଆସିବେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ଝଲସି ଉଠିବ । ସଭାପତି ବ୍ରଜ ଶ୍ୟାମ ଗୁରୁ, ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ,କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ,ଉପ ସଭାପତି ସଂଜୟ ଗାନ୍ଧୀ,

କୈଳାସ ଦୀପ, ନିଶିକାନ୍ତ ମାହାପତ୍ର, ତୁଲସିରାମ ଜଗତ ସହ ସମ୍ପାଦକ ଦିନେଶ ମାହାନନ୍ଦ,ରାଜୁ ବାରିକ,ପ୍ରମାନନ୍ଦ ପୁଟେଲ,ପ୍ରକାଶ ପ୍ରଧାନ,ବିମଳ ହାତି, ରାଜେନ୍ଦ୍ର ବେହେରା, ସଂଯୋଜକ ପୁଷ୍ପ ବେହେରା,ପ୍ରଚାରକ ରୋହନ କୁମାର ମହତ, ସାଂସ୍କୃତିକ ସମ୍ପାଦକ ରଶ୍ମୀରଂଜନ ପୁଟେଲ, ମୋହନ ସୁନା, ସୋହନ ଗୁରୁ, ସୋନୁ ସତପଥି,ଘାସିରାମ ଜୈନ, ସୋମନାଥ ସାହୁ, ଜଗନ୍ନାଥ ପାଣିଗ୍ରାହୀ,ପପୁ ଜୁଏଡ, ଅଶୋକ କୁମାର,ସେହେବାଜ ଖାଁ, ବାବୁ ସିଂ, କିଶୋର ମାଝି, ଅଜିତ କଟାର ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Exit mobile version