ବ୍ଲକସ୍ତରୀୟ ବିଜେପି ବନ୍ଧୁମିଳନ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ

ବୋଲଗତ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଦଳ ତରଫରୁରବିବାର ଦିନ ବ୍ଲକସ୍ତରୀୟ ବିଜେପି ବନ୍ଧୁମିଳନ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ବିଜେପି କାର୍ଯ୍ୟକର୍ତ୍ତା ନିରଞ୍ଜନ କର ଓ ନିରଞ୍ଜନ ରଥ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକଙ୍କ ସଭାପତିତ୍ୱରେ ପିଚୁକୁଳିସ୍ଥିତ ମା ଡୁମୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଅଥିଭାବେ ନବନିର୍ବାଚି ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଦ୍ୟୁତ କାଣ୍ଡି ଓ ସମ୍ମାନିତ ଅତିଥିଭାବେ ଦୀପନ ବିଶ୍ୱାଳ, ବିନୋଦ ମହାରଣା, ଅଶୋକ ରାଉତ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ସଞ୍ଜୟ ବେହେରା, ସାଧାରଣ ସମ୍ପାଦକ ଅଜିତ ପଟ୍ଟନାୟକ, ସୁମନ୍ତ କୁମାର ପ୍ରଧାନ ଓ ନକୁଳ ରାଉତରାୟ ପ୍ରମୁଖ ଯୋଗଦେଇ ଥିଲେ ! ଏହି ବିଜେପି ବନ୍ଧୁମିଳନ ଓ ସlଗଠନିକ କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ !

ବୋଲଗଡ଼ ଭାରତୀୟ ଜନତା ଦଳ ମଣ୍ଡଳ ତରଫରୁ ନବ ନିର୍ବାଚିତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ କର୍ମକର୍ତ୍ତମାନଙ୍କୁ ନବବର୍ଷର ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇବା ସଙ୍ଗେସଙ୍ଗେ ସାଧାରଣ ସମ୍ପାଦକ ବିଦ୍ୟୁତ କାଣ୍ଡିଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ! ସମସ୍ତ ବିଜେପି କର୍ମୀମାନେ ଅତୀତର ମାନ,ଅଭିମାନ, ରାଗ ରୁଷାକୁ ଭୁଲିଯାଇ ବିଜେପି ଦଳର ଏକତl,

ସଂlଗଠନିକ ଓ ଭାଇଚାରା ରକ୍ଷlକରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ବିଜେପି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ମୁଖ୍ୟଅତିଥି ବିଦ୍ୟୁତ କାଣ୍ଡି ସମସ୍ତ ବିଜେପି କର୍ମୀମାନଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ ! ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଲୋତକ ବିନ୍ଦୁ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି ବନ୍ଧୁମିଳନ ଓ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ପ୍ରସାର ଓ ପ୍ରଚାର କରିବାକୁ ନିଷ୍ପତି ନିଆଗଲା !

ବିଜେପି ଡବଲ ଇଂଜିନ ସରକାରଙ୍କ ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ଜନସାଧାରଣମାନଙ୍କ ନିକଟରେ ପହଞ୍ଚାଇବାକୁ ସଭାପତି ଲୋତକ ବିନ୍ଦୁ ପଟ୍ଟନାୟକ ବିଜେପି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ l ପରିଶେଷରେ ବିଜେପି କର୍ମୀ ସତ୍ୟପ୍ରିୟ କରଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version