Home ଓଡ଼ିଶା ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖା ସ୍ତରୀୟ ଲିଆଫି ସଂଘ ର ବଣଭୋଜି ସହିତ କର୍ମକର୍ତ୍ତା ନିର୍ବାଚନ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଂଘ , ବାଲୁଗାଁ ଶାଖା ପକ୍ଷରୁ ଏକ ବଣଭୋଜି କର୍ମକର୍ତ୍ତା ନିର୍ବାଚନ ରଣପୁର ବ୍ଲକ ଅନ୍ତଗ୍ରତ ମା ଅଶୁର କୁମାରୀ ଦେବୀ ଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ପ୍ରଥମେ ଭାରତୀୟ ଜୀବନ ବୀମା ନିଗମ ଗୀତ ଗାନ କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ଅନୟ କୁମାର ମହାନ୍ତି ଉପସ୍ଥିତ ଥିଲେ,ସମ୍ପାଦକ ରତିକାନ୍ତ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ,ପରେ ସାଂଗଠନିକ ଦିଗ ଉପରେ ଆଲୋଚନା ହୋଇଥିଲା, ଶାଖା ପରିଚାଳକ ଙ୍କ ଭାଷଣରେ କହିଥିଲେ ପ୍ରତୋକ ମାସର ୪ତାରିଖ ଦିନ ଗ୍ରାହକ ଓ ଅଭିକର୍ତ୍ତା ମାନଙ୍କ ଅଭିଯୋଗ ଶୁଣାଣି କରାଯିବ, ଭୁବନେଶ୍ୱର ଡିଭିଜନ ରେ ବାଲୁଗାଁ ଶାଖା କୁ ଏକ ନମ୍ବର ଭାବେ ରଖିବା ପାଇଁ ଆହ୍ୱାନ ଦେଇ ସମସ୍ତ ଙ୍କର ସହଯୋଗ କାମନା କଲେ, ଏ ବର୍ଷର MDRT ବାଙ୍କନିଧି ନାୟକ ଓ ଗୋପାଳକୃଷ୍ଣ ରାଉତରାୟ ଙ୍କୁ ଲିଆଫି ସଙ୍ଘ ତରଫରୁ ଶାଖା ପରିଚାଳକ ଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା,ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,ଏହି ଅବସରରେ ସଂଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ସଭାପତି ଭାବେ ବିନୋଦ କୁମାର ରାଉତରାୟ, ପୁନର୍ବାର ରତିକାନ୍ତ ସାହୁ ସମ୍ପାଦକ,କୋଷାଧକ୍ଷ ଅକ୍ଷୟ କୁମାର ସାହୁ, ଉପଦେଷ୍ଟା ତ୍ରିଲୋଚନ ସାହୁ, ଅଶୋକ ଦାସ, ବାଙ୍କନିଧି ନାୟକ, ଉପସଭାପତି ଗୋପାଳ କୃଷ୍ଣ ରାଉତରାୟ, ସହ ସମ୍ପାଦକ ଭାଗିରଥି ରଣା, ପ୍ରିୟରଞ୍ଜନ ସେଣ, ଇ ସି ସଦସ୍ୟ ମମତା ମୁଦୁଲି, ପ୍ରଭାତୀ ପାଇକରାୟ, କେଦାରେଶ୍ୱର ଦାସ, ଅଭିମନ୍ୟୁ ନାୟକ,ରଞ୍ଜନ ସେନାପତି, ନିରଞ୍ଜନ ଗୁମାନସିଂହ, ଅଜୟ ମଙ୍ଗରାଜ, ଦିଲ୍ଲୀପ ସମନ୍ତସିଂହାର, ପ୍ରଦୀପ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହି ସମ୍ମିଳନୀରେ ସମ୍ପୂର୍ଣ ସହଯୋଗ କରିଥିଲେ ଶୁଭେନ୍ଦ୍ର ସିଙ୍ଗଦେଓ, ରାଜେଶ ପଟ୍ଟନାୟକ, ସୁଶାନ୍ତ ମିଶ୍ର ବାଲୁଗାଁ ଶାଖାରୁ ଏକ ଶହରୁ ଉର୍ଦ୍ଧ୍ବ ଅଭିକର୍ତ୍ତା ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରାସ୍ତାରେ ପଡ଼ିଥିବା ଗୁରୁତର ଆହତ ବ୍ୟକ୍ତିକୁ ମେଡିକାଲ ପହଞ୍ଚାଇଲେ ଜିଲ୍ଲାପାଳ by Proprietor Abhimanyu Maharana August 19, 2026 ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ by Proprietor Abhimanyu Maharana August 19, 2026 ଯୁବ ସ୍ଵାଭିମାନ ଦିବସରେ ରକ୍ତଦାନ ଶିବିର ରୁ ୭୪ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana August 19, 2026 ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026 ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର by Proprietor Abhimanyu Maharana August 18, 2026 Odisha Climbs to 7th Nationally in Rooftop Solar, Emerges as a Model for PM Surya Ghar Adoption by Proprietor Abhimanyu Maharana August 18, 2026