ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ଷୋହଳ ଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗୋପାଳ ସମାଜର ବିଭିନ୍ନ ସମସ୍ଯା , ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା. ପରେ ସର୍ବସମ୍ମତିକ୍ରମେ ଗଜପତି ଜିଲ୍ଲା ଗୋପାଳ ସମାଜର ଉନ୍ନୟନ କମିଟି ଗଠିତ ହୋଇଛି ।
