ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜିଲ୍ଲାରେ ଗାର୍ଡ ୱାଲ ନ ଥାଇ ରହିଥିବା ଏକ ବିପଦପୁର୍ଣ ପୋଲ ଉପରୁ 25 ଫୁଟ ତଳକୁ ଏକ ମଟର ସାଇକେଲ ଖସି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ପ୍ରାଣ ରକ୍ଷା ପାଇଥିବା ସୂଚନା ମିଳିଛି. ଆର -ଉଦୟଗିରି ବ୍ଲକର ମହେନ୍ଦ୍ରଗଡ ଠାରେ ଗାର୍ଡ ୱାଲ ନ ଥାଇ ବିପଦପୁର୍ଣ ଏକ ମୁକୁଳା ପୋଲ ରହିଛି l ଏହି ପୋଲଟି 326 ନମ୍ବର ଜାତୀୟ ରାଜପଥ ଯାହାକି ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ମୁଖ୍ୟରାସ୍ତା ରହିଥିବାରୁ ପ୍ରତିଦିନ ହଜାର ହଜାର ଯାନବାହନ ଏହି ପୋଲ ଉପର ଦେଇ ଯାଇଥାଏ କିନ୍ତୁ ବ୍ରିଜର ଦୁଇ ପାର୍ଶ୍ୱରେ ଗାର୍ଡୱାଲ ନଥିବାରୁ ଯାତାୟତ କରୁଥିବା ଅନେକ ଲୋକଙ୍କର ମୃତ୍ୟ ମଧ୍ୟ ଘଛିଛି l
