Home ଅପରାଧ ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା ସିରିୟଲ ଚୋରି କରୁଥିବା ୨ ଚୋର ଗିରଫ, ସୁନା ଅଳଙ୍କାର ନଗଦ ଟଙ୍କା ଜବତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା. ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ ଗୁରାଣ୍ଡି ଥାନା ଅଞ୍ଚଳରେ ସିରିୟଲ ଚୋରି କରୁଥିବା ୨ ଜଣ ଚୋରକୁ ପୋଲିସ ଜବତ କରିଛି. ଏମାନଙ୍କ ଠାରୁ ସୁନା ଅଳଙ୍କାର, ନଗଦ ଟଙ୍କା ଆଦି ଜବତ କରାଯାଇଥିବା ସୂଚନା ମିଳିଛି l ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ଏସପି ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତିଯେ, ଅଭିଯୁକ୍ତ ଦୁର୍ଗା ପ୍ରସାଦ ବେନିଆ ପାରଳାଖେମୁଣ୍ଡି ସହରରେ ଇଲେକ୍ଟ୍ରିକ୍ ମିଟର ରିଡର ଭାବେ କାମ କରୁଥିଲେ । ସେ ସହର ଓ ଗ୍ରାମାଞ୍ଚଳରେ ଘରେ ଘରେ ମିଟର ରିଡିଙ୍ଗ କରୁଥିଲେ l ଏହି ସୁଯୋଗକୁ ଦୁର୍ବ୍ୟବହାର କରି ତାଲା ଲଗା ଘରଗୁଡିକୁ ଚିହ୍ନଟ କରୁଥିଲେ. ପରେ ତାଙ୍କ ସହଯୋଗୀ ଦେବା ମଣ୍ଡଳ ସହ ମିଶି ସମ୍ପୃକ୍ତ ଘରରୁ ଚୋରି କରୁଥିଲେ । ଏଭଳି ଭାବେ ପାରଳାଖେମୁଣ୍ଡି ସହରରୁ ୩ ଗୋଟି ସ୍ଥାନରେ ଏବଂ ଗୁରାଣ୍ଡି ଥାନା ଅଞ୍ଚଳରେ ଗୋଟିଏ ସ୍ଥାନରେ ସିରିୟଲ ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜର କାରଣ ହୋଇଥିଲେ l ପୋଲିସ ମଧ୍ୟ ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିବା ସହ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦେଶକ୍ରମେ ପାରଳା ଏସଡିପିଓ ଓ ପାରଳା ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆବଶ୍ୟକ ଅନୁଧ୍ୟାନ ଓ ତଦନ୍ତ କରିବା ପରେ ଏହି ୨ ସିରିୟଲ ଚୋର ପୋଲିସ ହାତରେ ଧରା ପଡ଼ିଥିଲେ. ତଦନ୍ତରୁ ଜଣାପଡିଛି ଯେ ଚୋରି ହୋଇଥିବା ଅଧିକାଂଶ ସୁନା ଗହଣାକୁ ବନ୍ଧକ ରଖି ଟଙ୍କା ନିଆଯାଇଥିଲା । ଏହି ଦୁଇ ସିରିୟଲ ଚୋର ଠାରୁ ୧୦ ତୋଳା ସୁନା ଗହଣା, ୩୩ ହଜାର ନଗଦ ଟଙ୍କା, ୯ କିଲୋ ଗ୍ରାମ ରୂପା ଗହଣା, ଘର ଭାଙ୍ଗିବା ପାଇଁ ବ୍ୟବହୃତ ଉପକରଣ ଟି ଦୁଇ ଚକିଆ ଯାନ ଏବଂ ଦୁଇ ଗୋଟି ମୋବାଇଲ ଏମାନଙ୍କ ଠାରୁ ଜବତ କରାଯାଇଛି l ଏହି ଦୁଇ ସିରିୟଲ ଚୋରକୁ କୋୖର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖ ଯୋଗ୍ୟଯେ, ଏହି ଦୁଇ ସିରିୟଲ ଚୋରଙ୍କ ମିଥ୍ୟା ବୟାନରୁ ସୁନା ବ୍ୟବସାୟୀଙ୍କୁ ଥାନାରେ ଡାକି ପୋଲିସ ତଦନ୍ତ କରିଥିଲେ l ହେଲେ ସୂରିୟା ହଲମାର୍କ କିମ୍ବା ଅନ୍ୟ କୌଣସି ସୁନା ବ୍ୟବସାୟୀ ଏଥିରେ ସମ୍ପୃକ୍ତ ନ ଥିବା ସ୍ପଷ୍ଟ ହୋଇଯାଇଛି l ଗଜପତି ଏସପି ଶ୍ରୀ ପଣ୍ଡା ଆୟୋଜିତ ପ୍ରେସ ମିଟରେ କହିଛନ୍ତି ଏହି ଘଟଣାର ତଦନ୍ତ ଆହୁରି ଚାଲୁ ରହିଛି. ଯେକୌଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ନା କାହିଁକି ଏଥିରେ ସମ୍ପୃକ୍ତି ଆସିଲେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026