Home ଅପରାଧ ଗାଇବାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପ୍ରଶାସନଙ୍କ ଉପସ୍ଥିତିରେ ହେଲା ଆପୋଷ ସମାଧାନ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଦୁଇ ଗୋଷ୍ଟି ଭିତରେ ମୁହାଁ ମୁହିଁ ହୋଇଛନ୍ତି । ସୂଚନା ଅନୁଯାଇ ଗାଇବା ଖ୍ରୀଷ୍ଟିଆନ ସାହି ରେ ନୂଆବର୍ଷ ପାଳନ ଅବସରରେ ଗତକାଲି ରାତିରେ ରେ ସାହିବାସିନ୍ଦା ଏକତ୍ର ହୋଇ ଭୋଜି କରିଥିଲେ l ଏହି ପ୍ରୀତି ଭଜନ ଚାଲିଥିବା ସମୟରେ କେତେକ କ୍ରିଷ୍ଟିଆନ ସାହିର କିଛି ଯୁବକ ମାନେ ଓ ଓଡ଼ିଆ ସାହିର ଯୁବକ ମାନଙ୍କ ମଧ୍ୟରେ ସାହି ଭିତରେ ଦ୍ରୁତ ଗତିରେ ଗାଡି ଚଳାଇବାକୁ ନେଇ ଉଭୟେ ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲେ ଯାହାଫଳରେ କିଛି ଯୁବକ ଆହତ ହୋଇଛନ୍ତି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳେ ସେରଙ୍ଗ ଥାନା ଅଧିକାରୀ ପ୍ରମଦ କୁମାର ଖଣ୍ଡୁଆଳ ଓ ଗାଇବା ପୋଲିସ ଫାଣ୍ଡି ଅଧିକାରୀ ରାମ କୃଷ୍ଣ ଦାସ ତୁରନ୍ତ ଘଟଣା ସ୍ଥଳରେ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ରାତି ୧୨:୩୦ ରେ ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଏବଂ ଏସ ଡି ପି ଓ ମାଧବାନନ୍ଦ ନାୟକ ପହଁଞ୍ଚି ଆହତ ଯୁବକ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ । ଏସଡିପିଓ, ତହସିଲଦାର, ସେରଙ୍ଗ ଥାନା ଅଧିକାରୀ,ଗାଇବା ଫାଣ୍ଡି ଅଧିକାରୀଏବଂ ଗାଇବା ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ୧୦ଜଣ ଲେଖାଏଁ ଭଦ୍ର ବ୍ୟକ୍ତି ମାନଙ୍କୁ ଗାଇବା ଫାଣ୍ଡି କୁ ଡକାଇ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ପ୍ରଶାସନ ଏବଂ ଶାନ୍ତି କମିଟିର ଉପସ୍ଥିତିରେ ଆପୋଷ ସମାଧାନ କରାଯାଇଥିଲା । ଉଭୟ ଗୋଷ୍ଠୀ ଆଗାମୀ ଦିନରେ ଏହିପରି କୌଣସି ଗଣ୍ଡଗୋଳ ନକରିବା ପାଇ ଏକ ଚୁକ୍ତିନାମାରେ ସ୍ଵାକ୍ଷର କରିଥିବା ସେରଙ୍ଗ ଥାନା ଅଧିକାରୀ ଜଣାଇଛନ୍ତି । Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026