୨୦୨୬ ନୂତନ ବର୍ଷ ଅବସରରେ ଗଜପତି ବିଜେପି ଦଳର ନୂଆ ଟିମ ଘୋଷିତ ହେଲା

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବର୍ଷ ଅବସରରେ ଭାରତୀୟ ଜନତା ପାର୍ଟିର ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ଦ୍ବାରା ଜିଲ୍ଲାର ନୂତନ ଟିମ୍ ଘୋଷିତ ହୋଇଛି । ଏନେଇ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ନେତୃବୃନ୍ଦ ଦ୍ବାରା ଘୋଷାଣା ହୋଇଥିବା ତାଲିକା ସମ୍ପର୍କରେ ସୂଚନା ଦିଆଯାଇଛି । ଉପସଭାପତି ଭାବେ ମାମିଡି ରାଜେଶ୍ଵରୀ, ଜି. ଶ୍ରୀଧର ନାଇଡ଼ୁ, ପି ବାବୁ ରାଓ, କୃଷ୍ଣଚନ୍ଦ୍ର ବିଷୋୟୀ, ଆର.ବିଜୟ କୁମାର, ଶିବରାମ ମହାଙ୍କୁଡ,

ବନ୍ଦନା ବଡ଼ମୁଣ୍ଡି, କାମଦେବ ବଡ଼ ନାୟକ ତାଲିକାରେ ରହିଥ‌ିବା ବେଳେ ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ମହାପାତ୍ର, ଇ. ପ୍ରଶାନ୍ତ, ଅମ୍ବିକା ପ୍ରସାଦ ଘଡାଇ, ସମ୍ପାଦକ ଭାବରେ କେ ବେଣୁ ଗୋପାଳ, ରୋକୋମ ସତୀଶ, ଏମ ଲୋକନାଥମ୍, ଉମା ଶଙ୍କ ଶଙ୍କର ପାତ୍ର, ସସ୍ମିତା ମିଶ୍ର, ରଜନୀକାନ୍ତ ରାଇତ, ମାୟାଦେବୀ ମଣ୍ଡଳ ସୁନୀତା ମଲ୍ଲିକ ରହିଛନ୍ତି ଛନ୍ତି । ସେହିପରି କୋଷାଧ୍ୟକ୍ଷ ଭାବେ ଭି.ଭର୍ଡାରାଜୁ,

ନଗର ସଭାପତି ଭାବେ ବାଳକୃଷ୍ଣ ପାତ୍ରଙ୍କ ସମେତ ଜିଲ୍ଲା ଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ୭୦ ଜଣ ବରିଷ୍ଠ ନେତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲ୍ଲା ପ୍ରଭାରୀ ବିଶେଶ୍ଵର ଟୁଡୁଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଛି l ନୂତନ ଟିମର ସଦସ୍ୟଙ୍କୁ ଜିଲ୍ଲା ସଭାପତି ନବ କିଶୋର ଶବର ଓ ପୂର୍ବ ପୂର୍ବତନ ବିଧାୟକ । ତଥା ରାଜ୍ୟ ଉପସଭାପତି କେ.ନାରାୟଣ ରାଓ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Exit mobile version