ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସନ୍ଧ୍ୟା ସାତଟା ସମୟରେ ସାକ୍ଷୀଗୋପାଳ ଓଭରବ୍ରିଜ ଉପରୁ ଦୁଇଟି ବୋମା ମାଡ ହୋଇଥିଲା । ଏ ଘଟଣା କୁ ନେଇ ସନ୍ତୋଷ କୁମାର ପଣ୍ଡା (୨୯), ପିତା – ରବୀନ୍ଦ୍ର କୁମାର ପଣ୍ଡା, ଗ୍ରାମ – ସାନକଞ୍ଜିଆ, ପୋଷ୍ଟ – ସାକ୍ଷୀଗୋପାଳ, ଥାନା – ସତ୍ୟବାଦୀ, ଜିଲ୍ଲା – ପୁରୀ ସତ୍ୟବାଦୀ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବିଷ୍ନୁ ପ୍ରସାଦ ଦାଶ (ସୋନୁ), ପିତା – ସ୍ବର୍ଗତ ପୃଥିମ୍ନ୍ୟୁ ଦାଶ, ଗ୍ରାମ – ଗଙ୍ଗାରାମ ନୁଆସାହି, ପୋ, ଥା – କୁମ୍ଭାରପଡା, ଜିଲ୍ଲା – ପୁରୀ, ଅନ୍ୟମାନେ ଶ୍ରୀ ପଣ୍ଡା ଙ୍କୁ ହତ୍ୟା କରିବା ଉଦେଶ୍ୟ ରେ ତାଙ୍କ ପାନ ଦୋକାନକୁ ଲକ୍ଷ୍ୟ କରି ଦୁଇଟି ବୋମା ମାଡ କରିଥିଲେ ।

