କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବହୁ ପ୍ରତିକ୍ଷିତ କନ୍ଧମାଳ ମହୋତ୍ସବ- ୨୦୨୬ ଚଳିତ ମାସ ୭ରୁ ୧୧ ତାରିଖ ଦୀର୍ଘ ୫ଦିନ ବ୍ୟାପୀ କନ୍ଧମାଳ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ, ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି କେବଳ କନ୍ଧମାଳ ମହୋତ୍ସବ ଗୋଟିଏ ନୁହେଁ, ଦାରିଙ୍ଗବାଡି ରେ ୮ ତାରିଖ ଠାରୁ ୧୧ ତାରିଖ ଶୀତ ମହୋତ୍ସବ, ଏବଂ ଫେବୃଆରୀରେ ବାରକୋସ ମହୋତ୍ସବ ଓ ଜି.ଉଦୟଗିରି ରେ ପ୍ରଥମ ଥର ପାଇଁ ଶୀତ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ ।
