କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡା ରେ ମଶାଲ ଶୋଭାଯାତ୍ରା

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସାପାଗାଣ୍ଡା ସ୍ଥାନରୁ ଏହି ମଶାଲ ବାହାରି ତୁମୁଡିବନ୍ଧ ବ୍ଲକ ଓ କୋଟଗଡ଼ ବ୍ଲକ ପରିକ୍ରମା କରି ବାଲିଗୁଡ଼ା ବ୍ଲକରେ ପହଞ୍ଚିଥୂଲା । ଏହାକୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା ।

ମୁଖ୍ୟତଃ ଏହି ସାପାଗାଣ୍ଡା ସ୍ଥାନରୁ ଆଦିବାସୀ କୁଟିଆ କନ୍ଧ ଜନ ଜାତିଙ୍କ ଉତ୍ପତ୍ତିସ୍ତଳ ବା ଆଦିବାସୀଙ୍କ ପୁରୁଷ ଓ ମହିଳା ଆବିର୍ଭାବ ହୋଇଥିଲେ ତେଣୁ ଆଦିବାସୀ ରୀତି ନିତିରେ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରୁ ମଶାଲ ବାହାର କରାଯାଇ କନ୍ଧମାଳ ଜିଲ୍ଲାରେ ଥିବା ୧୨ ଟି ବ୍ଲକ କୁ ଭ୍ରମଣ କରାଇ ୭ ତାରିଖରେ

ଫୁଲବାଣୀ ଠାରେ ପହଞ୍ଚି ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି କନ୍ଧମାଳ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ଏହି ମଶାଲ ଶୋଭାଯାତ୍ରାରେ ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବିଡ଼ିଓ ଅକ୍ଷୟ ମଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଯୁବକ ଯୁବତୀ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version