ଶ୍ରୀଜଗନ୍ନାଥଙ୍କ ଶରଣରେ କଂସ ମହାରାଜ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବରଗଡ ଧନୁଯାତ୍ରାରେ ଦୀର୍ଘ ୧୧ ଦିନ ଧରି କମ୍ପୁଥିଲା ମଞ୍ଚ । କଂସ ମହାରାଜାଙ୍କ ହସ କମ୍ପୁଥିଲା ଗଗନ ପବନ । ମହାରାଜ କଂସଙ୍କ ରାଜୁତି ଚାଲିଥିଲା । ଶ୍ରୀକୃଷ୍ଣଙ୍କୁ ହତ୍ଯା କରିବା ପାଇଁ ଅନେକ ରାକ୍ଷସଙ୍କୁ ଛନ୍ଦ ବେଶରେ ପଠାଇ ନିହତ ହୋଇଥିଲେ । ଶେଷରେ କୃଷ୍ଣ ବଳରାମ ରଥରେ କଂସଙ୍କ ଦରବାରରେ ପହଞ୍ଚିଥିଲେ ।

କଂସ ମଞ୍ଚ ଉପରେ ବସି ଶ୍ରୀକୃଷ୍ଣଙ୍କୁ ଦେଖି ମଞ୍ଚରୁ ପଡି ମୃତ୍ୟୁବରଣ କରିଥିଲେ । ଶ୍ରୀକୃଷ୍ଣଙ୍କୁ ଅନେକ ଗାଳିଗୁଲଜ କରିଥିଲେ କଂସ । ଏହାଥିଲା ମଞ୍ଚ ମୋହମାୟାର ନାଟକ । ଯାତ୍ରା ସରିବା ପରେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ କଂସ ମହାରାଜ ସୁଶିଲ କୁମାର ମେହେର । ମାନବ ଦେହ ଧରି ଭଗବାନଙ୍କୁ ଗାଳି କରିଥିବାରୁ ବରଗଡରୁ ସିଧା ଶ୍ରୀକ୍ଷେତ୍ର ଆସିଥିଲେ ।

ମହୋଦଧିରେ ସ୍ନାନ କରି ପଇତା ବିସର୍ଜନ କରି ସୂର୍ଯ୍ଯ ଦେବତାଙ୍କୁ ଜଳ ଅର୍ପଣ କରିଥିଲେ । ପରେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆଶିଷ ଭିକ୍ଷା କରିଥିଲେ । ସେଠାରୁ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଦର୍ଶନ କରି ଶରଣାପନ୍ନ ହୋଇଥିଲେ । ଭଗବାନଙ୍କୁ ଗାଳି ଦେଇଥିବା ପାପର ପ୍ରାୟଶ୍ଚିତ୍ତ କରି ନିଜର କର୍ମକ୍ଷେତ୍ରକୁ ଫେରିଥିଲେ ।

Exit mobile version