Home ଓଡ଼ିଶା ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଡାକ୍ତରଙ୍କ ମରୁଡି, କାମରେ ଆସୁନି … by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାର ନାଁ ନେଉନାହିଁ । ଗୋଟିଏ ପଟେ ରାଜ୍ୟରେ ଡାକ୍ତରମାନେ ଦିନକୁ ଏକ ଘଣ୍ଟା ରୋଗୀ ସେବା ବନ୍ଦ କରିଥିବା ବେଳେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନ୍ୟପଟେ ମୋହନା ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମରୁଡି ପଡିଛି । ସୂଚନା ପ୍ରକାରେ, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପାଖାପାଖି ୨୫ ଜଣ ଡାକ୍ତର ରହିବା କଥା କିନ୍ତୁ ୭ ରୁ ୮ ଜଣରେ ଡାକ୍ତରଖାନା ଚାଲୁଛି । ଯାହାକି ଦୀର୍ଘଦିନ ହେବ କୌଣସି ପ୍ରକାର ସ୍ପେଶାଲିଷ୍ଟ ଡାକ୍ତର ଟିଏ ନାହିଁ l ମେଡ଼ିସିନ, ଗାଇନିକ, ସର୍ଜରୀ ଓ ପେଡାଟିକ, ଶିଶୁ ବିଶେଷଜ୍ଞ ଙ୍କ ଭଳି ସ୍ପେଶାଲିଷ୍ଟ ମେଡିକାଲରେ ନାହାନ୍ତି । ଯାହା ଫଳରେ ୩୯ ଗୋଟି ପଞ୍ଚାୟତର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ କ୍ଷେତ୍ରରେ ମୋହନା ରେ କୌଣସି ପ୍ରକାର ସୁବିଧା ନ ପାଇ ବ୍ରହ୍ମପୁର, ଭୁବନେଶ୍ୱର ଓ ବିଶାଖାପାଟଣା ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏମିତି କି ଏହି ମେଡିକାଲ ଉପରେ ରାୟଗଡା ଜିଲ୍ଲାର କିଛି ପଞ୍ଚାୟତ ସହ କନ୍ଧମାଳ ଜିଲାର କିଛି ପଞ୍ଚାୟତ ବାସିନ୍ଦା ନିର୍ଭରଶୀଳ ହୋଇ ରହିଥାନ୍ତି । କହିବାକୁ ଗଲେ ଏହି ମେଡିକାଲଟି ୩୨୬ ନମ୍ବର ଜାତୀୟ ରାଜପଥ କଡରେ ରହିଥିବାରୁ ଜରୁରୀକାଳୀନ ଅବସ୍ଥାରେ ଲୋକେ ଆସିଥାନ୍ତି । ହେଲେ ମେଡିକାଲରେ ରୋଗୀଙ୍କ ପାଇଁ ପାନୀୟ ଜଳ ସହ ଶୌଚାଳୟ କଥା କହିଲେ ନ ସରେ । ପାନୀୟ ଜଳ ଓ ଶୌଚାଳୟ ପାଇଁ ଅନେକ ସମୟରେ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏମିତି କି ଦୁଃଖ ପରିତାପର ବିଷୟ ଯେଉଁ ଡାକ୍ତର ଓ ନର୍ସ ମାନେ ରୋଗୀଙ୍କ ସେବା ଯୋଗାଇ ଆସୁଛନ୍ତି ବର୍ଷା ଦିନ ଆସିଗଲେ ସେମାନଙ୍କ ରହିବା ଘରେ ବର୍ଷା ପାଣି ଗଳୁଛି । ଯାହା ଫଳରେ ସେମାନଙ୍କ ସରକାରୀ ବାସଭବନରେ ଜରିପାଲ ପକାଇ ରହୁଛନ୍ତି । ଅନ୍ୟପଟେ ଡିଜିଟାଲ ଏକ୍ସରେ ନ ଥିବା ହେତୁ ଲୋକେ ବାହାର କୁ ଜାଇ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯଦି ପାନୀୟ ଜଳ, ଶୌଚାଳୟ, ଏକ୍ସରେ ଭଳି ସମସ୍ୟା ଦୂର ହେବ ତା ହେଲେ ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି ।ଆପରପକ୍ଷେ ଏହି ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡା କହିଛନ୍ତି ବହୁବାର ଲିଖିତ ଦିଆଯାଇଛି ଏବଂ ମୋହନାରେ ବଡ଼ ଧରଣର ନୂତନ କୋଠା ନିର୍ମାଣ ଚାଲିଛି କାର୍ଯ୍ୟ ଶେଷ ହେଲେ ଏହାର ସମାଧାନ ହେବ ବୋଲି ଆଶା ରଖିଛନ୍ତି । ହେଲେ ଦେଖା ଯାଉ କେତେ ଶୀଘ୍ର ସମସ୍ୟା ର ସମାଧାନ କରୁଛନ୍ତି ସରକାର ତାହା ଉପରେ ସମସ୍ତଙ୍କ ନଜର । Categories: ଓଡ଼ିଶା, ଗଜପତି, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026