ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 1.1.2020 :- ଭୁବନେଶ୍ୱର ଗ୍ରାମାଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରି ସମବାୟ ନିର୍ବାଚନରେ ସଫଳ ହେବାକୁ କ୍ଷମତାସୀନ ବିଜେଡି ସରକାର ଏବେ ନୂଆ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ଗ୍ରାମାଞ୍ଚଳରେ ଚାଷୀଙ୍କ ସମସ୍ୟା ଓ ଅସନ୍ତୋଷକୁ ତ୍ୱରିତ୍ ସମାଧାନ ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ସୁଧାରିବା ପାଇଁ ୨୭୦୮ଟି ନୂଆ ପଦବୀ ( ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର) ସୃଷ୍ଟି କରାଯିବ । ଏଥିପାଇଁ ବାର୍ଷିକ ପ୍ରାୟ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଯଦି ସବୁକିଛି ଠିକଠାକ୍ ରୁହେ ଓ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳେ ତା’ହେଲେ ଖୁବଶୀଘ୍ର ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟାମ୍ପସ୍ ଓ କୃଷି ସେବା ସମବାୟ ସମିତି (ଏଫଏସସିଏସ୍) ଗୁଡ଼ିକରେ ଜଣେ ଲେଖାଏ ପ୍ରିନ୍ସିପାଲ ଚିଫ ଏକଜ୍ୟୁକିଟିଭ ଅଫିସର (ପିସିଇଓ) ନିଯୁକ୍ତି ପାଇବେ ଓ ସେମାନଙ୍କ ମାଧ୍ୟମରେ ଏସବୁ ସଂସ୍ଥା ଉପରେ ସିଧାସଳଖ ସରକାରଙ୍କ ନିୟନ୍ତ୍ରଣରେ ରହିବ ।
୨୭୦୮ଟି ନୂଆ ପଦବୀ ଜରୁରୀ – ସମବାୟ ରେଜିଷ୍ଟ୍ରାର

Related Content
ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା
by
Proprietor Abhimanyu Maharana
September 11, 2026
ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ
by
Proprietor Abhimanyu Maharana
September 11, 2026
ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ
by
Proprietor Abhimanyu Maharana
September 11, 2026
ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ
by
Proprietor Abhimanyu Maharana
September 11, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026
ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର
by
Proprietor Abhimanyu Maharana
September 11, 2026