Home ଅପରାଧ ୧୫ ବର୍ଷ ହେଲା ୨ଟି ପେନସନ ପାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ, ଜଣାପଡିବା ପରେ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ମୁଁ ଜାଣିନି ବର୍ତ୍ତମାନ ଖବର ଯଦି ପଦାକୁ ଆସିଛି ମୋ ପେନସନରୁ ଟଙ୍କା ସରକାର କାଟି ଦିଅନ୍ତୁ ବୋଲି କହିଛନ୍ତି : ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୂର୍ବ ସରକାରଙ୍କ ୨୫ ବର୍ଷ ଶାସନ କାଳରେ ଏମିତି ଅନେକ ଦୁର୍ନୀତି ହୋଇଛି । ଯାହାକି ସରକାରୀ ବାବୁମାନଙ୍କ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି । ଏଭଳି ଏକ ଦୁର୍ନୀତି ଚିତ୍ର ଗଜପତି ଜିଲା ମୋହନା ବ୍ଲକରେ ସାମ୍ନାକୁ ଆସିଛି । ମୋହନା ବ୍ଲକର ଶିକ୍ଷା ବିଭାଗରେ କାର୍ଯ୍ୟ କରି ଜଣେ ସ୍କୁଲ ଶିକ୍ଷକ ୨ଟି ପେନସନ ଉପଭୋଗ କରୁଥିବା ନଜରକୁ ଆସିଛି । ଗତ ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୫ ବର୍ଷ ହେଲା ଶିକ୍ଷକ ଜଣକ ୨ଟି ପେନସନ ହାତେଇଥିବା ନେଇ କିଭଳି କେହି ଜାଣି ପାରିଲେନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସନ୍ଦେହ ଘେରରେ । ବର୍ତ୍ତମାନ ଏହାର ତଦନ୍ତ ପାଇଁ ରାଜ୍ୟ କୋଷାଗାର ତଥା ହିସାବ ରକ୍ଷକ ଭବନରୁ ଏକ ପତ୍ର ସଂଖ୍ୟା ୧୨୧୩୧/ ତାରିଖ ୨୦/୧୧/୨୦୨୫ରେ ମୋହନା ବ୍ଲକ ଶିକ୍ଷାଧିକାରୀ ଓ ମୋହନା ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ଶିକ୍ଷକ ଅବସର ନେବା ପରେ ମଧ୍ୟ ପେନସନ ପାଇବାରୁ ବଞ୍ଚିତ ରହିଛନ୍ତି । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହୋଇ ପାରୁନି । ହେଲେ ଜଣେ ଶିକ୍ଷକ ଅବସର ନେବା ପରେ ଗୋଟିଏ ନାମରେ ଦୁଇଟି ପେନସନ ପାଉଥିବା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି । ରାଜ୍ୟରେ ୩୨ଜଣ ଶିକ୍ଷକ ୨୦୧୦ରୁ ଅବସର ନେଇ ସରକାରଙ୍କ ଠାରୁ ଦୁଇଟି ଲେଖାଏଁ ପେନସନ ପାଉଥିବା ନଜରକୁ ଆସିଛି । ସେଥିମଧ୍ୟରୁ ଗଜପତି ଜିଲାରୁ ଜଣେ ଶିକ୍ଷକ ରହିଛନ୍ତି । ରାଧାକୃଷ୍ଣ ଆଚାର୍ଯ୍ୟ ନାମକ ଏହି ଶିକ୍ଷକ ଗଜପତି ଜିଲା ମୋହନା ବ୍ଲକ ମୋହନା ପଞ୍ଚାୟତର ବେତାରସିଂ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ସେ ଗତ ୩୦/୯/୨୦୧୦ରେ ଅବସର ନେଇଥିଲେ । ଏହାପରେ ତତ୍କାଳୀନ ବିଡ଼ିଓଙ୍କ ସୁପାରିଶ ପତ୍ର ୩୧୧ କ୍ରମେ ୧୪/୨/୨୦୧୧ରୁ ତାଙ୍କର ପେନସନ ଲାଗୁ ହୋଇଥିଲା । ଏହାପରେ ସେହି ଶିକ୍ଷକ ଜଣକ ନାମରେ ପୁଣି ୧୨/୪/୨୦୧୨ରେ ତତ୍କାଳୀନ ମୋହନା ବିଡ଼ିଓଙ୍କ ସୁପାରିଶ ପତ୍ର ସଂଖ୍ୟା ୯୪୧ରେ ପେନସନ ପ୍ରଦାନ ପାଇଁ ଉଲ୍ଲେଖ ରହିଛି । ଜଣେ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟଙ୍କ ନାମରେ ଦୁଇଟି ପେନସନ ୧/୧୦/୨୦୧୦ରୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି । ଆଉ ସବୁ ଜାଣି ଶୁଣି ଶିକ୍ଷକ ଜଣକ ଦୁଇଟି ପେନସନ ହାତେଇ ଚୁପ ରହିଛନ୍ତି । ଯାହା କି ଦୀର୍ଘ ୧୫ବର୍ଷ ପରେ ନୂତନ ସରକାରରେ ପଦାରେ ପଡିଛି ଏହି ଦୁର୍ନୀତି । ଯାହାକୁ ବ୍ଲକ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ତଦନ୍ତ ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛି ରାଜ୍ୟ କୋଷାଗାର । କିପରି ତତ୍କାଳୀନ ସରକାର ଜାଣି ପାରିଲେନି ନା ସେହି ସମୟରେ ଥିବା ବିଡିଓ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଜାଣତରେ ଏଭଳି ଘଟଣା ହୋଇଛି ତାହା ତଦନ୍ତ ସାପେକ୍ଷ । ଏହି ବିଷୟରେ ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ତାଙ୍କ ଅଜାଣତରେ ପେନସନ ଟଙ୍କା ଆସୁଥିଲା । ମୁଁ ଜାଣିନି ବର୍ତ୍ତମାନ ଖବର ଯଦି ପଦାକୁ ଆସିଛି ମୋ ପେନସନରୁ ଟଙ୍କା ସରକାର କାଟି ଦିଅନ୍ତୁ ବୋଲି କହିଛନ୍ତି । ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେହି ଶିକ୍ଷକ ଜଣକ ୨ଟି ପେନସନ ପାଉଛନ୍ତି । ତେବେ କିଭଳି ୨ଟି ପେନସନ ପାଉଛନ୍ତି ତାର ତଦନ୍ତ ଚାଲିଥିବା କହିଛନ୍ତି । ପ୍ରକାଶ ଥାଉକି, ଗଜପତି ଜିଲାର ସମସ୍ତ ୭ଟି ବ୍ଲକର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ତଦନ୍ତ କଲେ ଆହୁରି ଦୃଢ ରହସ୍ୟ ଓ ତଥ୍ୟ ପଦାକୁ ଆସିବ ଓ ଅନେକ ଶିକ୍ଷକଙ୍କ କଳାକାରନାମା ପଦାରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । Categories: ଅପରାଧ, ଓଡ଼ିଶା, ଗଜପତି, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026