କୂଅରେ ପଡ଼ି ବୃଦ୍ଧା ମୃତ

ବେଗୁନିଆ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବେଗୁନିଆ ଡିଙ୍ଗର ଗାଁରେ ଅଘଟଣ. ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧାଙ୍କ ମୃତ୍ୟୁ। ମୃତ ବୃଦ୍ଧାଙ୍କ ନାମ ହାରାମଣି ଦେଇ। ତେବେ ସୂଚନା ଅନୁଯାୟୀ ବୃଦ୍ଧା ଜଣଙ୍କ ଗତକାଲିଠାରୁ ପାଣି ଆଣିବାକୁ ଯାଇ ଫେରି ନ ଥିଲେ ହେଲେ

ଆଜି ସକାଳୁ ପରିବାର ଲୋକ କୂଅ ଭିତରେ ପଡିଥିବାର ଦେଖି ବେଗୁନିଆ ଅଗ୍ନିଶମ ବାହିନୀକୁ ଖବର ଦେବାରେ ଅଗ୍ନିଶମ କର୍ମଚାରୀ ଆସି କୂଅ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି । ଘାଟଣ ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ବୃଦ୍ଧାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି l

Exit mobile version