ସତ୍ୟବାଦୀ ମହୋସ୍ତବ ପାଇଁ ପ୍ରଶାସନିକ ସ୍ଥରରେ ସମ୍ୱନୟ ବୈଠକ

ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ଦଶମ ସତ୍ୟବାଦୀ ମହୋସ୍ତବ ପାଇଁ ସତ୍ୟବାଦୀ ପ୍ରଶାସନ ଓ ସତ୍ୟବାଦୀ ମହୋସ୍ତବ କମିଟି ମଧ୍ୟରେ ଏକ ସମନ୍ୱୟ ବୈଠକ ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସତ୍ୟବାଦୀ ବି ଡି ଓ ଦେବାଶିଷ ନାୟକ ଅଦ୍ଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମହୋତ୍ସବର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ଦେବାଶିଷ ମିଶ୍ର ଓ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଙ୍କ ସ଼ହ ମହୋତ୍ସବର ସମ୍ପାଦକ ତଥା ଜୟପୁର ପଞ୍ଚାୟତ ର ସମିତି ସଭ୍ୟ ଦୀପକ୍ ଶତପଥୀ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସତ୍ୟବାଦୀ ବିଡ଼ିଓ ଦେବାଶିଷ ନାୟକ ବୈଠକ ପରିଚାଳନା କରିଥିବା ବେଳେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ ସଦସ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଙ୍କ ସହିତ ସତ୍ୟବାଦୀ ବ୍ଳକର ବିଭିନ୍ନ ବିଭାଗୀୟ ର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ବିଶେଷ କରି ସତ୍ୟବାଦୀ ମହୋତ୍ସବ ଚଳିତ ବର୍ଷ ଚାରିଦିନ ଧରି ଅନୁଷ୍ଠିତ ହେବ ବୋଲି ମହୋସ୍ତବ ର ସଂପାଦକ ଦୀପକ ଶତପଥି କହିଥିଲେ।ଚଳିତ ଫେବୃଆରୀ ମାସ ୫, ୬, ୭ ଓ ୮ତାରିଖ ପ୍ରଯ୍ୟନ୍ତ ଚାଲିବ।ଏ ବର୍ଷ କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେଥିପାଇଁ ବିଭିନ୍ନ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଥିଲା । ମହୋତ୍ସବ ର ପ୍ରଥମ ଦିନ ବା ପଞ୍ଚସଖା ଙ୍କ ଜ୍ୟୋତି ଯାହା କୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ଶ୍ରୀ ମିଶ୍ର କହିଛନ୍ତି ।

ଏ ବର୍ଷ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏକ ନଡ଼ିଆରେ ତୋରଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୪ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସ ଡି ପି ଓ ଦେବାଶିଷ ମିଶ୍ର କହିଥିଲେ । ସବୁଠାରୁ ବଡ଼ କଥା ଯେ ମହୋତ୍ସବ ସମୟରେ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜାଯିବ । ଯେପରି କୋଣସି ଅଘଟଣ ନ ଘଟେ ସେଥିପାଇଁ ସଜାଗ ରହିବାକୁ ବିଧାୟକ ଶ୍ରୀ ମିଶ୍ର ବିଦ୍ୟୁତ ବିଭାଗର ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ।

ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ଓମ ପ୍ରକାଶ ମିଶ୍ର ମହୋତ୍ସବ ହେଉଛି ସାକ୍ଷୀଗୋପାଳ ର ଏକ ଭାଇଚାରାର ପର୍ବ ତେଣୁ ସମସ୍ତେ ଏହାକୁ ସଫଳ କରିବାକୁ ନିବେଦନ କରିଥିଲେ । ଏହି ବୈଠକ ରେ ସଦସ୍ୟ ଜାନକୀ ବରାଳ, ଦିଲୀପ ମହାନ୍ତି, ବିଶ୍ୱଜିତ ମହାପାତ୍ର, ଭଗବାନ ବେହେରା, ଶରତ ମହାପାତ୍ର, ତ୍ରିଲୋଚନ ରଥ, ଦେବକିଶୋର ସ୍ୱାଇଁ,ଅଶୋକ ରାଉତରାୟ, ଅଭୟ ନାଥ ଓ ଗୌତମ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Exit mobile version