ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶ୍ରୀକ୍ଷେତ୍ରରେ ନୂଆବର୍ଷ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତୁ ରୁ ଆସୁଥିବା ଭକ୍ତ ବ୍ଯାରିକେଡ ଭିତରେ ଯାଉଥିଲେ । ଏହି ଭକ୍ତ ମାନଙ୍କୁ ହାପିନେସ ଫାଉଣ୍ଡେସନ ପକ୍ଷରୁ ଭୂଷି,ଲାଣ୍ଡିବଗୁଲି ଓ ମିଶିରି ପଣା ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଶହେରୁ ଉର୍ଦ୍ଧ୍ବ ସ୍ବେଛାସେବୀ ସର୍ବତ ବଣ୍ଟନରେ କାର୍ଯ୍ୟ କରିଥିଲେ । ୫ଟି ଷ୍ଟଲ କରାଯାଇ ଏହି ସର୍ବତ ବଣ୍ଟନ କରାଯାଇଥିଲା ।
