ନିଆରା ଢଙ୍ଗରେ ନୂଆବର୍ଷ ପାଳିତ ଶିକ୍ଷାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନିଆରା ଢଙ୍ଗରେ ନୂଆବର୍ଷ ପାଳନ କଲେ ବଳିଆପଣ୍ଡା ସ୍ଥିତ ଭାରତୀୟ ଯୋଗ କେନ୍ଦ୍ର ଠାରେ ଏକଲବ୍ଯ ପାଠଶାଳାର ଛାତ୍ରଛାତ୍ରୀ । ବସ୍ତି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଘର ଘର ବୁଲି ସଚେତନତା ସୃଷ୍ଟି କରିଥିଲେ ଛାତ୍ରଛାତ୍ରୀ ମାନେ । ସାମାଜିକ ଅନୁଷ୍ଠାନ ଦି ବେଲ ପକ୍ଷରୁ ଏହି ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା । ଯୋଗ ଗୁରୁ ରମାବଲ୍ଲଭ ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ସଂକଳ୍ପ ଯାତ୍ରାକୁ ଉଦଘାଟନ କରିଥିଲେ ।

ଦି ବେଲ ର ଅଧକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି ବସ୍ତି ଅଞ୍ଚଳର ଶିକ୍ଷା ବିକାଶ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୟାସ ଓ ସଚେତନତା କରାଯାଉନାହିଁ । ସଂକଳ୍ପ ଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମକୁ ଉମେଶ ଦାସ,ରାଜ ଲକ୍ଷ୍ମୀ ଦାସ,ବନିତା ଦୀକ୍ଷିତ ,ରିଙ୍କି ବାରିକ,ଶାନ୍ତି ପ୍ରଧାନ, ମଳୟ ଗଜେନ୍ଦ୍ର, ଶିଲି ସେଠୀ,ସୁକାନ୍ତ ପଣ୍ଡା ସହିତ ଦ ବେଲ ଅନୁଷ୍ଠାନ ୟୁଥ୍ ଓ ଓମେଂନ୍ସ୍ କ୍ଲବ୍ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରି ଥିଲେ।

Exit mobile version