ପ୍ରମୁଖ ବିଜେଡି କର୍ମୀଙ୍କୁ ପଦ ପଦବୀରେ ନିଯୁକ୍ତି ପରେ ଶୁଭେଚ୍ଛାର ସୁଅ

କଳାହାଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନର୍ଲା ନିର୍ବାଚନ ମଣ୍ଡଳୀର ୩ ପ୍ରମୁଖ ବିଜେଡି କର୍ମୀ ଦଳରେ ସକ୍ରିୟ ଭାବେ କାର୍ଯ୍ୟରତ ଥିବା ନେଇ ବର୍ତମାନ ଦଳ ତରଫରୁ ସେମାନଙ୍କୁ ଜିଲ୍ଲା ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା ହୋଇଛି । କର୍ଲାମୁଣ୍ଡା ବ୍ଳକର ପ୍ରଦୀପ କୁମାର ସାହୁ,ଯୁଗଲ କିଶୋର ନାଏକଙ୍କୁ ଜିଲ୍ଲା ସଂପାଦକ ଓ ସୁରେନ୍ଦ୍ର ସାହୁଙ୍କୁ ଜିଲ୍ଲା ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି ।

ବିଜେଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ଦିଶାରୀ ଏହି ନାମ ଘୋଷଣା କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଏହି ତିନି ଜଣ ଯୁବ ନେତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ଭାବେ କର୍ଲାମୁଣ୍ଡା ବ୍ଳକ ସହ କଳାହାଣ୍ଡି ଜିଲ୍ଲାରେ ନିଜର ସ୍ଵତନ୍ତ୍ରତା ସୃଷ୍ଟି କରି ପାରିଛନ୍ତି । ବ୍ଳକ ବିଜେଡି ନେତା ଭାବରେ ମଧ୍ୟ ସମସ୍ତ କର୍ମୀଙ୍କୁ ଏକଜୁଟ କରି ସଚେତନତା କରାଇବା ଦିଗରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏସବୁ ଦୃଷ୍ଟିରୁ ଏହି ତିନି ଯୁବକଙ୍କୁ ଜିଲ୍ଲା ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି । ଏହି ନିଯୁକ୍ତି ଘୋଷଣା ପରେ ତିନି ଜଣ ଯୁବ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟିକା ମନୋରମା ମହାନ୍ତି, ବିଜେଡି ନେତା ଅବିନାଶ ଠାକୁର, ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,

ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ରୋମାଞ୍ଚଳ ସାହୁ, ନର୍ଲା ବ୍ଳକ ବିଜେଡି ସଭାପତି ନୀଳମଣି ସାହୁ ପ୍ରମୁଖଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତିି । ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀରୁ ସରୋଜ କୁମାର ରାଉତ ଉପ ସଭାପତି,ଜୟନ୍ତ ଗଉଡ ସାଧାରଣ ସଂପାଦକ,ଜୟ ମେହେର ସଂପାଦକ, ଭୁବନେଶ୍ୱର ସାହୁ ସଂପାଦକ ଓ ରଜନୀ କାନ୍ତ ମହାଖୁଡ ‌ସଂପାଦକ ଭାବେ ନିଯୁକ୍ତି ପାଇଥିବାରୁ ବିଜେଡି କର୍ମୀ ମହଳରେ ଉତ୍ସାହ ଦେଖିବାକୁ ମିଳିବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

Exit mobile version