ସୁକୃତି ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅସହାୟଙ୍କୁ ଲୋକମାନଙ୍କୁ କମ୍ବଳ ବଣ୍ଟନ

ବୋଲଗଡ଼  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁକୃତି ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଓ ଗୋପାଳପୁର ଗ୍ରାମପଂଚାୟ ତସରପଞ୍ଚ ତଥା ସଂଯୋଜକ ପ୍ରଦୀପ କୁମାର ବାରିକଙ୍କ କୁମାର ସାହୁଙ୍କ ତତ୍ୱାବଧାନରେ ଗୁରୁବାର ଦିନ ବୋଲଗଡ଼ ବ୍ଲକ ଗୋପାଳପୁର ଗ୍ରାମପଞ୍ଚୟତ ପଶ୍ଚିମେଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣରେ ଅସହାୟ ଗରିବ,

ବୃଦ୍ଧା, ବୃଦ୍ଧ ଓ ଭିନ୍ନକ୍ଷମ ଲୋକମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଯାଇଅଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥିଭାବେ ସୁକୃତି ଚାରିଟେବୁଲ ଟ୍ରଷ୍ଟ ପରିଚାଳନା ନିର୍ଦେଶକା ତଥା ସମ୍ପାଦିକା ସ୍ୱୀକୃତି ଦାସ, ମୁଖ୍ୟବକ୍ତା ଭାବେ ଟ୍ରଷ୍ଟ ସଭାନେତ୍ରୀ ସ୍ବପ୍ନନା ଚୌଧୁରୀ, ଓ ସମ୍ମାନିତ ଅତିଥିଭାବେ ଆଇନଜିବୀଉର୍ମିଳା ପାଣିଗ୍ରାହୀ,

ସଲ୍ଲାମଣୀ ଟୁଡୁପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଗୋପାଳପୁର ଗ୍ରାମପଞ୍ଚାୟତର ଅନନ୍ତା ପଲ୍ଲୀ, ଦେଉଳି , ତାଳତୁମ୍ବ, ଜାମୁସାହି , ନାରାୟଣୀ ପଡା, ବାରବାଟୀ ମୁଗମଣ୍ଡା ଓ ସୀମାପଲ୍ଲୀ ଗ୍ରାମର ୨୨୦ରୁ ଉର୍ଦ୍ଧ ଅସହାୟ ମହିଳା, ବୃଦ୍ଧା,

ବୃଦ୍ଧ ଭିନ୍ନକ୍ଷମ ଲୋକମାନଙ୍କୁ ମାଗଣାରେ କମ୍ବଳ ବଣ୍ଟନ ହୋଇଥିଲା ! ଆଗାମୀ ଦିନରେ ଗୋପାଳପୁର ଗ୍ରାମପଞ୍ଚାୟତର ୯ଟି ରାଜସ୍ବ ଗ୍ରାମ ଗୁଡିକରେ ବସବାସ କରୁଥିବା ଗରିବ,ଖଟିଖିଆ, ଦିନମଜୁରିଆ, ଅସହାୟ, ଭିନ୍ନକ୍ଷମ ଲୋକମାନଙ୍କୁ ତୃଣମୂଳସ୍ତରରୁ ଚିହ୍ନଟ କରାଯାଇ

ସମସ୍ତ ମୌଳିକ ସୁବିଧା ଓ ସରକାରୀ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟଅତିଥି ସୁକୃତି ଚାରିଟେବୁଲ ଟ୍ରଷ୍ଟ ପରିଚାଳନା ନିର୍ଦେଶକା ତଥା ସମ୍ପାଦିକା ସ୍ୱୀକୃତି ଦାସ, ମୁଖ୍ୟବକ୍ତା ଟ୍ରଷ୍ଟ ସଭାନେତ୍ରୀ ସ୍ବପ୍ନନା ଚୌଧୁରୀ, ଓ ଗୋପାଳପୁର ଗ୍ରପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବାରିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି !

ମାଗଣା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ସୁକୃତି ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ! ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ରାଜନୀତିଜ୍ଞ ଓ ସାମ୍ବାଦିକମାନେ ପ୍ରମୁଖ ଉଚ୍ଚ ପ୍ରସଂଶା କରିଅଛନ୍ତି !

Exit mobile version