ଗାୟତ୍ରୀ ଫାଉଣ୍ଡେସନ ତରଫରୁ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗାୟତ୍ରୀ ଫାଉଣ୍ଡେସନ ତରଫରୁ ଓ କୁଳାସର ଆଞ୍ଚଳିକ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏବଂ ସଂଯୋଜକ ବିନୋଦ କୁମାର ସାହୁଙ୍କ ତତ୍ୱାବଧାନରେ ଆଜି ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମପଞ୍ଚୟତର ଚଣ୍ଡୀ ଛକଠାରେ ଅସହାୟ ଗରିବ,

ବୃଦ୍ଧା, ବୃଦ୍ଧ ଓ ଭିନ୍ନକ୍ଷମ ଲୋକମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଯାଇଅଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥିଭାବେ ସମାଜସେବୀ ତଥା ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲଳିତ କୁମାର ବାହିନୀପତି, ସମାଜସେବୀ ଶେଖ ଇଦ୍ରୀସ,

ହୃଦାନନ୍ଦ ସାହୁ, କୃଷ୍ଣ ଚନ୍ଦ୍ର କର ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ସମାଜସେବୀ ତ୍ରିନାଥ ବିଶ୍ୱାଳ, ଲିଙ୍ଗରାଜ ପ୍ରଧାନ, ଅଜୟ କୁମାର ବାରିକ, ନିଶିକାନ୍ତ ମହାରଣା, ଜବାରୁଦ୍ଧିନ ଖାଁ, ପଦ୍ମିନୀ ସାହୁ, ହୃଦାନନ୍ଦ ସାହୁ, ଶେଖ କାସିମ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ !

ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କୁଳାସର ଗ୍ରାମପଞ୍ଚାୟତର ଅରଖପଲ୍ଲୀ, ନୀଳପଲ୍ଲୀ, ବେଣୁଧରପୁର, କେଶିଆ ପଲ୍ଲୀ ଓ କୁଳାସର ଗ୍ରାମର ୧୦୦ଉର୍ଦ୍ଧ ଲୋକମାନଙ୍କୁ ମାଗଣାରେ କମ୍ବଳ ବଣ୍ଟନ ହୋଇଥିଲା ! ଆଗାମୀ ଦିନରେ କୁଳାସର ଗ୍ରାମପଞ୍ଚାୟତର ୫ଟି ରାଜସ୍ବ ଗ୍ରାମ ଗୁଡିକରେ ବସବାସ କରୁଥିବା ଗରିବ,

ଖଟିଖିଆ, ଦିନମଜୁରିଆ,ଅସହାୟ,ଭିନ୍ନକ୍ଷମ ଲୋକମାନଙ୍କୁ ତୃଣମୂଳସ୍ତରରୁ ଚିହ୍ନଟ କରାଯାଇ ସମସ୍ତ ମୌଳିକ ସୁବିଧା ଓ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି !

ମାଗଣା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ କୁଳାସର ଆଞ୍ଚଳିକ ବିକାଶ ପରିଷଦର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ! ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ରଣପୁର ବ୍ଲକ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ରାଜନୀତିଜ୍ଞ ଓ ସାମ୍ବାଦିକମାନେ ପ୍ରମୁଖ ଉଚ୍ଚ ପ୍ରସଂଶା କରିଅଛନ୍ତି !

Exit mobile version