ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ବାଡେଗୁଡା ଗ୍ରାମର ଗଦାଧର ବଗର୍ତ୍ତୀ ଙ୍କ ପୁତ୍ର ବିଦ୍ୟାଧର ବଗର୍ତ୍ତୀ ସାଇକେଲ ଯୋଗେ ଭାରତ ର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣରେ ବାହାରିଛନ୍ତି l ସେ ଛତିଶଗଡ଼, ପ୍ରୟାଗରାଜ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦ୍ବାରିକା ନାଥ , କେଦାର ନାଥ, ବଦ୍ରୀନାଥ, ସିକିମ, ଆସାମ ଅଞ୍ଚଳ ରେ ଥିବା ବିଭିନ୍ନ ମନ୍ଦିର, ଦର୍ଶନ କରିବାର ଆଶା ରଖିଛନ୍ତି ।
