ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଏକ ଭଡା ଘରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଉଦ୍ଧାର କରିଛି ପୋଲିସ୍ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖଜୁରୀନାଳ ସାହିରେ । ମୃତକ ଛତ୍ରପୁରର ଜୟକୃଷ୍ଣ ଦାସ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ଜୟକୃଷ୍ଣ ଦୀର୍ଘ ବର୍ଷ ଧରି ଗ୍ରାମ ବିକାଶ ନାମକ ଏକ ସ୍ୱଛାସେବୀ ସଂସ୍ଥାର ବାଲିଗୁଡ଼ା ଶାଖାରେ ଫିଲ୍ଡ ଏକ୍ସପୋର୍ଟ ଭାବେ କାର୍ଯ୍ୟ କରୁଥିଲେ ।
