ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଆଉ ଦିନକ ପରେ ଇଂଲିଶ ନବବର୍ଷ ପାଳିତ ହେବାକୁ ଥିବା ବେଳେ ସୋସିଆଲ ମିଡିଆ ଶୁଭେଚ୍ଛା ବାର୍ତ୍ତା ପ୍ରେରଣର ମାଧ୍ୟମ ସାଜିଛି। ପୂର୍ବରୁ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ଗ୍ରୀଟିଂସ୍ କାର୍ଡର ବ୍ୟବହାର କରାଯାଉଥିଲା । କିନ୍ତୁ ଏହା ବର୍ତ୍ତମାନ ଲୋପ ପାଇଛି| ନବବର୍ଷ ଆସିଲେ ବିଭିନ୍ନ ଅଞ୍ଚଳର ଦୋକାନରେ ଗ୍ରୀଟିଂସ କାର୍ଡ କିଣିବାକୁ ଲୋକଙ୍କର ଭିଡ଼ ଜମୁଥିଲା । କିନ୍ତୁ କିଛି ବର୍ଷ ହେବ କନ୍ଧମାଳ ଜିଲା ବାଲିଗୁଡା ସହର ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଏହି ଗ୍ରିଟିଙ୍ଗ କାର୍ଡ ଆଉ ମିଳୁ ନାହିଁ ।

