“ଆଶା” ପରିବାର ପକ୍ଷରୁ ନୂତନ ବର୍ଷର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟର ଏକ ଅଗ୍ରଣୀ ସାମାଜିକ ଜନ କଲ୍ୟାଣ ଅନୁଷ୍ଠାନ “ଆଶା” ପରିବାର ପକ୍ଷରୁ ଭୁବନେଶ୍ୱର ନିକଟ ଡେରାସ ନେଚରସ କ୍ୟାମ୍ପ ଠାରେ ନବ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଶିଷ୍ଟ କଳାକାର, ନାଟ୍ୟକାର ଅଭୟ ଦାସ, ଜଳସମ୍ପଦ ବିଭାଗର ନିର୍ଦ୍ଦେଶକ ଓ ସ୍ଵତନ୍ତ୍ର ଶାସନ ସଚିବ ଅଶୋକ କୁମାର ବେହେରା ମୂଖ୍ୟ ବକ୍ତା ,

ସମାଜ ସେବୀ ସନ୍ତୋଷ କୁମାର ଅଧିକାରୀ ମୂଖ୍ୟ ଅତିଥି ଏଵଂ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପୋଲିସ ଏସପି ପ୍ରଶାନ୍ତ କୁମାର ଭୋଇ, ଉପଦେଷ୍ଟା ରମାନାଥ ବେହେରା, ଅବସରପ୍ରାପ୍ତ ତହସିଲଦାର ଇନ୍ଦ୍ରମଣି କାଣ୍ଡି,କେଦାରନାଥ ଭୋଇ, ସାଧାରଣ ସଂପାଦକ ବାମଦେବ ଦାସ, ବରିଷ୍ଠ ସାମ୍ୱାଦିକ ବିନୋଦ କୁମାର ଭୋଇ,ସଙ୍ଗଠନ ସମ୍ପାଦକ ଅବକାଶ ଭଟ୍ଟ, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ଦାସ, କବି ମାଧବାନନ୍ଦ ଭୋଇ, ଉପସଭାପତି ପ୍ରମୋଦ କୁମାର ଦାସ,

ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ପ୍ରାଇଭେଟ୍ ସେକ୍ରେଟାରୀ ମାନସୀ ନାୟକ, କଟକ ବଡ ମେଡିକାଲର ଡାକ୍ତର ଭାରତୀ ଦାସ, ସରକାରୀ କର୍ମଚାରି ଅଙ୍ଗଦ କୁମାର ଭୋଇ, ଲୋକସଭା ଭବନର ମୂଖ୍ୟ ବ୍ୟକ୍ତିଗତ ସଚୀବ ବୃନ୍ଦାବନ ବେହେରା, ଷ୍ଟେଟ ବ୍ୟାଙ୍କର ବରିଷ୍ଠ ମ୍ୟାନେଜର ସନାତନ ଭୋଇ, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମାଧବାନନ୍ଦ ବେଠିଆ , ଭୂତଳ ଜଳ ସଂପଦ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଗନ୍ଧର୍ବ ଜେନା, ଆଇନଜିବୀ ପ୍ରମୋଦ କୁମାର ଦାସ, ଅର୍ଥ ବିଭାଗର ସହକାରୀ କମିଶନର ଅଶୋକ ଅଶୋକ ଭୋଇ, ଅବସରପ୍ରାପ୍ତ ରେଳବାଇ ଇଂଜିନିୟର ବିରେନ୍ଦ୍ର ଭୋଇ,

ସେଣ୍ଟ୍ରାଲ ସ୍କୁଲର ଶିକ୍ଷକ ସନାତନ ଭୋଇ, ଅବସରପ୍ରାପ୍ତ ଅଡିଟ ଅଫିସର ସୁରେନ୍ଦ୍ର ଦାସ, ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଉପ ନିର୍ଦେଶକ ଅଜୟ କୁମାର ଭୋଇ ସ୍ଵେଚ୍ଛାସେବୀ ବିଶ୍ୱରଂଜନ ଭୋଇ, ଲୋକ ସେବା ଭବନର ଅଣ୍ଡର ସେକ୍ରେଟାରୀ ବିଶ୍ୱରଂଜନ ଦାସ, ଚକ୍ଷୁ ବିଭାଗର ଗୌତମ କୁମାର ଦାସ, ବରଗଡର ବିଶ୍ୱରଞ୍ଜନ ଭୋଇ, ବୈରାଗୀ ଦାସ,ପ୍ରମୁଖଙ୍କ ସମେତ ଆଶା ପରିବାରର ଶତାଧିକ ବରିଷ୍ଠ, ଓ ବିଶିଷ୍ଟ କର୍ମଚାରୀ, ସମାଜ ସେବୀ, ଅବସର ପ୍ରାପ୍ତ ପଦାଧିକାରୀମାନେ ଯୋଗ ଦେଇ ପରସ୍ପର ସହିତ ନୂତନ ବର୍ଷ ୨୦୨୬ କୁ ସ୍ଵାଗତ କରିବା ସହ ସମସ୍ତଙ୍କର ଶୁଭକାମନା କରିଥିଲେ ।

ଏହି ଉତ୍ସବରେ ସମାଜ ସେବୀ ସ୍ବର୍ଗତ ମୀନାରାଣୀ ଭୋଇଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ପତ୍ରିକା ଉନ୍ମୋଚନ କରାଯିବା ସହ ନାଚ, ଗୀତ, କବିତା ପାଠ ଏବଂ ଭୋଜିଭାତର ଆସର ଜମାଇ ଥିଲେ । ଏହି ଉତ୍ସବରେ ବିଶେଷ ଆକର୍ଷଣୀୟ ଦେଖିବାକୁ ମିଳିଥିଲା ଯେ ଅଙ୍ଗଦ କୁମାର ଭୋଇଙ୍କର ପୁତ୍ର ସାଇ ଅମ୍ରିତାନଂଶୁ ଭୋଇ ଯେ କି ତୃତୀୟ ଶ୍ରେଣୀରେ ପଢୁଛନ୍ତି ସେ ବାବା ସାହେବ ଆମ୍ବେଦକରଙ୍କର ବହୁମୁଖି ପ୍ରତିଭା ସଂପର୍କରେ ଇଂଲିଶ ଭାଷାରେ ଭାଷଣ ଦେଇ ଉପସ୍ଥିତ ଅତିଥି ଏବଂ ଆଶା ପରିବାରଙ୍କୁ ଆଚମ୍ବିତ କରି ସମସ୍ତଙ୍କର ପ୍ରିୟପାତ୍ର ପାଲଟିଥିଲେ । ଏହି” ଆଶା” ସଙ୍ଗଠନ ପକ୍ଷରୁ ବହୁ ଅସହାୟ ଗରିବ ଲୋକମାନଙ୍କୁ ସହାୟତାର ହାତ ବଢାଇଆସୁଛନ୍ତି । ଏବେ ନୂଆବର୍ଷ ୨୦୨୬ ରେ ଏହି ଅନୁଷ୍ଠାନ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବାର ଆଶା ରଖିଛି ବୋଲି କୁହାଯାଏ ।

Exit mobile version