କଡବ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଉଦଘାଟିତ –   ଜନ ସେବା,ସମାଧlନ ଓ ସଚେତନତା ବ୍ଲକ ପ୍ରଶାସନର କାର୍ଯ୍ୟ

ବୋଲଗଡ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓ ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ସେବା ନୋଡାଲ ଅଫିସର ସାମଳେନ୍ଦୁ ନାୟକଙ୍କ ଆବାହକତ୍ୱରେ ଗ୍ରାମପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଓ ଜନ ସେବା କାର୍ଯ୍ୟକ୍ରମ ସୋମବାର ଦିନ କଡବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି କlର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ,

ମୁଖ୍ୟବକ୍ତା ଭାବେ ବୋଲଗଡ ତହସିଲଦlର ବିଜୟ କୁମାର ସେଠୀ, ସ୍ୱତନ୍ତ୍ର ଅତିଥିଭାବେ ବିଡ଼ିଓ ସୁମନସୁଧl କୁଣ୍ଡୁ, ଅତିରିକ୍ତ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର ଓ ସମ୍ମାନିତ ଅତିଥିଭାବେ କଡବ ଗ୍ରାମପଞ୍ଚାୟତ ସରପଞ୍ଚ ନଳିନୀ ବଡ଼ଜେନା ଓ ସମିତି ସଭ୍ୟା ବୈତୁନ ବିବି ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l

ଏହି ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ( ୧୮୧ )ଜଣ ଲୋକମାନଙ୍କର ଲିଖିତ ଅଭିଯୋଗକୁ ପଞ୍ଜିକୃତ କରିଥିଲେ ଓ ୯୬ଟି ଲିଖିତ ଅଭିଯୋଗକୁ ତୁରନ୍ତ ଆଶୁ ସମାଧାନ କରିଥିଲେ l.

୮୫ଜଣ ଲୋକମାନଙ୍କର ଲିଖିତ ଅଭିଯୋଗ ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ! ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଅଛି ବୋଲି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ l

ବ୍ଲକ ପଲ୍ଲୀ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ଗୋଷ୍ଠୀ ଉର୍ନ୍ନୟନ ଅଧିକାରିଣୀ ସୁମନ ସୁଧା କୁଣ୍ଡୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତ ଜନ ସେବା,ସମାଧାନ ଓ ଜନ ସଚେତନତା କାର୍ଯ୍ୟକ୍ରମରେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ଓ ବ୍ଲକ ମୁଖ୍ୟ କିରାଣୀ ଆଲୋକ କୁମାର ଜେନା ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ସହଯୋଗ କରିଥିଲେ ! କଡବ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧିରେନ ବେହେରା ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ସ୍ଥାନୀୟ ସରପଞ୍ଚ ନଳିନୀ ବଡଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version