Home ଓଡ଼ିଶା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳରେ ଶୋକର ଛାୟା by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ (୫୦) ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସନ୍ତୋଷ ଗତ କିଛିଦିନ ପୁର୍ବରୁ ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତି ଧୂରେଧୂରେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖା ଦେବାରୁ ଶନିବାର ଅପରାହ୍ନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଶ୍ବାସକ୍ରିୟା ସମସ୍ୟା ଗୁରୁତର ସୃଷ୍ଟି ହେବାରୁ ଅଧୂକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତାଙ୍କୁ ପରିବାର ଲୋକେ ବ୍ରହ୍ମପୁର ମେଡିକାଲ ନେବାବେଳେ ସେ ସୋରଡ଼ା ନିକଟରେ ଆହୁରି ଗୁରୁତର ହୋଇପଡ଼ିଥିଲେ । ପରେ ସୋରଡ଼ା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ରବିବାର ସକାଳୁ ଏହି ଘଟଣା ପ୍ରକାଶ ହେବା ପରେ ସନ୍ତୋଷଙ୍କ ଗ୍ରାମ ସୁଲୁମାହାରେ ଆତ୍ମୀୟ ସ୍ବଜନ ସହିତ ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ, ଜନନେତା ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ପାଇଁ ଲୋକ ଭିଡ଼ ଜମାଇଥିଲେ । ସନ୍ତୋଷ ଓରଫ ବାବୁଲା ଅଞ୍ଚଳରେ ଜଣେ ଲୋକପ୍ରିୟ ବ୍ୟକ୍ତି ହୋଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ଦାରିଙ୍ଗବାଡ଼ି ଶାଖାର ଉପସଭାପତି ଭାବେ ଦାୟିତ୍ବ ତୁଲାଇବା ସହ ସେ ପୁର୍ବରୁ ବିଭିନ୍ନ ରାଜନୈତିକ ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ । ଏବେ ସେ କଂଗ୍ରେସ ଦଳରେ ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ଦଳ ସହିତ ଅଞ୍ଚଳର ଅପୂରଣୀୟ କ୍ଷତି ହୋଇଥିବା ଆଲୋଚନା ହେଉଛି । ସୂଚନାଯୋଗ୍ୟ, ସନ୍ତୋଷଙ୍କ ସ୍ତ୍ରୀ ଚନ୍ଦ୍ରିକାଙ୍କ ସମେତ ତାଙ୍କର ୨ ଝିଅ ଓ ୨ ପୁଅ ରହିଛନ୍ତି । ଏଥିସହ ଭଉଣୀ ଓ ମା’ ସନ୍ତୋଷଙ୍କ ଉପରେ ନିର୍ଭର କରୁଥିଲେ । ତାଙ୍କ ଦେହାନ୍ତପରେ ପୁରା ପରିବାର ଭାଙ୍ଗିପଡ଼ିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 Rupa Dash conducts Workshops on Financial Freedom by Proprietor Abhimanyu Maharana August 19, 2026 ରୂପା ଦାଶଙ୍କ ଦ୍ୱାରା ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା by Proprietor Abhimanyu Maharana August 19, 2026 ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana August 19, 2026