ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓପିଏସସି (OPSC) ଭେଟେରିନାରି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ୧୬ ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ମା’ ଓ ବାପା ଏବଂ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ।