ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣାକୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏହି କ୍ରମରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲା ବଜରଙ୍ଗ ଦଳ ଜିଲା ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜି.ଉଦୟଗିରି ବଜରଙ୍ଗ ଦଳ ସଂଯୋଜକ ଆଶିଷ କାନ୍ଦି, ସହ ସଂଯୋଜକ ଜିତେନ୍ଦ୍ର ନାୟକ, ରବିନ୍ଦ୍ର ଦାସଙ୍କ ସମେତ ଦଳର କର୍ମକର୍ତ୍ତା ମାନେ ବାଂଲାଦେଶରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା ।

Exit mobile version