ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲ’ର ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲ, ଇଷ୍ଟ୍ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ଶାଖାର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବୁଢାପଡ଼ା ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ଦେବ ମନ୍ଦିର ପ୍ରାଙ୍ଗଣରେ “ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲ”ଖୋର୍ଦ୍ଧାରୋଡ଼ ଶାଖାର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ଖୋର୍ଦ୍ଧାରୋଡ଼ ଶାଖାରେ ନୂତନ ଭାବେ ଯୋଗ ଦେଇଥିବା ଟ୍ରେନ ମ୍ୟାନେଜର ମାନଙ୍କୁ ଏ.ଆଇ.ଜି.ସି ର କେନ୍ଦ୍ରୀୟ ନେତୃତ୍ବ ତଥା ନୂଆଦିଲ୍ଲୀ’ର ସଭାପତି ସନ୍ତୋଷ ନିଶଙ୍କ ସମ୍ବର୍ଦ୍ଧିତ କରିଥିଲେ । ସେହିପରି କେନ୍ଦ୍ରୀୟ କାର୍ଯ୍ୟକାରି କମିଟି ସଦଶ୍ୟ ଆଲିମ୍ ଖାନ,ଜୋନାଲ ସମ୍ପାଦକ ଏ କେ ଦାସ, ଖୋର୍ଦ୍ଧାରୋଡ଼ ମଣ୍ଡଳ ସଭାପତି ସୋମେଶ୍ୱର ମାଝୀ,

ଭୁବନେଶ୍ୱର ଶାଖା ସଭାପତି ରମାକାନ୍ତ ପାତ୍ର, ଉପଦେଷ୍ଟା ଟି ଡି ବେହେରା ଏବଂ ଖୋର୍ଦ୍ଧାରୋଡ଼ ଶାଖାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ୍ ଭାବେ ଯୋଗଦାନ କରିଥିବା “ଟି ଏମ ଆର”ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ୫୦ରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।

Exit mobile version