ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଡ଼କୁମାରୀ ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ସଙ୍ଘ ସଭାପତି ତଥା ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଆବାହକତ୍ୱରେ ରବିବାର ଦିନ ରାଜସୁନାଖଳା ଏ. ଆର.ଏସ.ଏସ କ୍ୟାମ୍ପ ପରିସରରେ ବରିଷ୍ଠ ନାଗରିକ ସଙ୍ଘ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ରଣପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ହେମନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଜସୁନାଖଳା ମହାବୀର ବରିଷ୍ଠ ନାଗରିକ ସଙ୍ଘର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ ଓ ସମ୍ମାନିତ ଅତିଥିଭାବେ କାର୍ଯ୍ୟକାରୀ ସଭାପତି ତଥା ପ୍ରମୁଖ ବ୍ୟବସାୟୀ ଶିଶିର କୁମାର ସାହୁ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l

ଏହି କର୍ମଶାଳlରେ କାଉଁରୀ ପାଟଣା, ପାନନଗର, ସାନକୁମାରୀ, ବଡ଼କୁମାରୀ, କପାସିଆ, ବାଙ୍କୋଇ ପିଚୁକୁଳି ଗ୍ରାମର ୬୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ ! ବରିଷ୍ଠ ନାଗରିକ ମାନଙ୍କୁ ସମାଜର ଗଠନ ମୂଳକ କାର୍ଯ୍ୟରେ ସାମିଲ ହେବାକୁ ସଭାପତି ଅଧ୍ୟାପକ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ ! ବରିଷ୍ଠନାଗରିକମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ମୁଖ୍ୟଅତିଥି ତଥା ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ ସମସ୍ତଙ୍କୁ ସଚେତନତା କରାଇଥିଲେ l
