୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ସିଲଭର ଯୁବୁଲି ପାଳିତ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ବୋଲଗଡ଼ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟର ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ସିଲଭର ଯୁବୁଲି ସମ୍ପାଦିକା ବାସନ୍ତୀ ମହାନ୍ତିଙ୍କ ଆବାହକତ୍ୱରେ ରବିବାର ଦିନ ନନ୍ଦୀଘୋଷ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶିକ୍ଷୟତ୍ରୀ ମୀରା ମଞ୍ଜରୀ ସାହୁ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ବିରଞ୍ଚି ନାରାୟଣ ଚହଟ ରାୟ, ଦାଶରଥି ପଣ୍ଡା ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ, ଦୀପ ଓ ଧୂପ ଅର୍ପଣ କରି ଏହାକୁ ଆରମ୍ଭ କରିଥିଲେ ।

ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବାମନ ଉଚ୍ଚ ବିଦ୍ୟାଳୟରେ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚରେ ପଢ଼ୁଥିବା ୧୦୦ରୁ ଉର୍ଦ୍ଧ ଛାତ୍ରୀମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ପ୍ରଥମା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରି ଥିବାବେଳେ ରୋଜାଲିନ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version