ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ବାଲୁଗାଁ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ରର ସପ୍ତଦଶ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଅଛି।ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରାଙ୍କ ଆବାହକତ୍ୱରେ ଭାଗୀରଥି ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ବାରିକାନାଥ ବେହେରା ମୁଖ୍ୟ ଅତିଥି, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,କାଲୁପଡ଼ାର ଅଧ୍ୟକ୍ଷ ସଞ୍ଜୟ କୁମାର ମହାପାତ୍ର ମୁଖ୍ୟବକ୍ତା, ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଶିଷ୍ଟ ଅତିଥି, ଅରବିନ୍ଦ ପାଠଚକ୍ରସଂଯୋଜକ ସୁରେନ୍ଦ୍ର ନାଥ ଜେନା,

ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ କୈଳାସ ମହାରଣା, ନବଜୀବନ ଶିକ୍ଷା ସଂସଦ,ନିଷ୍ଠା ଜୋନର ସଂଯୋଜକ କପିଳେନ୍ଦ୍ର ମିଶ୍ର,ନବଜୀବନ ଶିକ୍ଷା ସଂସଦର ସଂଯୋଜକ ବିନୋଦ ଭାଇ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ପାଦକ ଦୁଃଶାସନ ଜାଲି ବିବରଣୀ ପଠନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସ୍ବାଗତ ଭାଷଣ, ଭାଗୀରଥି ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନ୍ଦାକିନୀ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।ଉପାଧ୍ୟକ୍ଷ ଦାଶରଥି ସେଠୀ,ଭାଇ ମହେନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ବିଦ୍ୟାର୍ଥୀମାନଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ରୂପେ ସୁରେଶ ବାରିକ,

ପ୍ରଭାତ ବାରିକ, ଅମୂଲ୍ୟ ଦାସ,ପାୟଲ ବିଶୋଇ,ବିଳାସିନୀ ବେହେରା,ଲଳିତା ନନ୍ଦ ଚୟନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଚିଲିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଗନ ବେହେରା,ରମେଶ ଚନ୍ଦ୍ର ହରିଚନ୍ଦନ, ମନମୋହନ ସୁନ୍ଦରାୟ,ରବି ନାରାୟଣ ପାତ୍ର ସମେତ ସମସ୍ତ କମିଟି ସଭ୍ୟ,ସୁମିତ୍ରା ବିଶ୍ଵାଳ,ସସ୍ମିତା ସୁବୁଦ୍ଧି,ସରୋଜ ବେହେରା ସହଯୋଗ କରିଥିଲେ । ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଓ ନାଟକ ପରିବେଷଣ ହୋଇଥିଲା ।

Exit mobile version