ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ରାୟଗଡ ଅଞ୍ଚଳର ଛାତ୍ର ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ହ୍ୟାଣ୍ଡ ବଲ୍ ଚାମ୍ପିଅନସିପ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି l ସୂଚନାଯୋଗ୍ୟ ଏହକି ଯେ, ଏହି ଜିଲ୍ଲାର ରାୟଗଡ ବ୍ଲକ ସଦର ମହକୁମା ରାୟଗଡ ରେ ଥିବା ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ର ଲିମାଇ ଚରଣ ରାଉତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ୧୪ ବର୍ଷରୁ କମ ହ୍ୟାଣ୍ଡ ବଲ ବାଳକ ଦଳରେ ସ୍ଥାନ ପାଇଛନ୍ତି ।
