Home ଓଡ଼ିଶା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜିଲ୍ଲାସ୍ତରୀୟ ଭାରତର ପୂର୍ବତନ ପ୍ରଧାନନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୁଶାସନ ଦିବସ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପାରଳାଖେମୁଣ୍ଡି ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଗଜପତି ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ଏମ. ପ୍ରକାଶ ରାଓ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥିଗଣ ପୂର୍ବତନ ପ୍ରଧାନନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଭଳି ଜନନାୟକ ଦେଶରେ ବିରଳ ବୋଲି ଅଭିହିତ କରିଥିଲେ। ବାଜପେୟୀଙ୍କ ଶାସନ କାଳରେ ଦେଶରେ ସ୍ଵଚ୍ଛତା, ଉତ୍ତରଦାୟିତ୍ଵ ଓ ସେବା ଗଣତନ୍ତ୍ରକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ । ମୁଖ୍ୟ ଉନ୍ନତ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ମଣ୍ଡଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବାଜପେୟୀ ଜଣେ ସାହିତ୍ୟିକ,କବି, ରାଷ୍ଟ୍ରନୀତିଜ୍ଞ, ରାଜନୀତିଜ୍ଞ ଏବଂ ଉଚ୍ଚକୋଟୀର ମାନବବାଦ ଚିନ୍ତାଧାରା, ଆମ ସମସ୍ତଙ୍କର ପ୍ରେରଣା ହୋଇରହିଥିବେ । ସେହିପରି ଗାଁ, ଜିଲ୍ଲା ଓ ଦେଶର ସମସ୍ତ ଜନସାଧାରଣ ମିଳିମିଶି କାମ କଲେ ଜିଲ୍ଲା ଓ ଦେଶ ବିକାଶ ହୋଇ ପାରିବ ବୋଲି କହିଥିଲେ । ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ କହିଥିଲେ ବାଜପେୟୀଙ୍କ ଶାସନ କାଳରେ ଭାରତର ଭିତ୍ତିଭୂମି, ବୈଦେଶିକ ନୀତି ଏବଂ ଅର୍ଥନୀତିକୁ ଆଧୁନିକୀକରଣ କରିବା ପାଇଁ ତାଙ୍କର ନେତୃତ୍ୱ ଏବଂ ଉଦ୍ୟମ ସହ ଏକ ଆଧୁନିକ ତଥା ସମୃଦ୍ଧ ଭାରତ ପାଇଁ ବିଶେଷ ଭାବରେ ଶିକ୍ଷା, ସଡକ, ସ୍ୱାସ୍ଥ୍ୟ ଏବଂ ଜାତୀୟ ନିରାପତ୍ତା ଭଳି କ୍ଷେତ୍ରରେ ତାଙ୍କର ଗୁରୁତ୍ବଭୂମିକା ରହିଥିଲା । ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପରେ ପରେ ଦେଶପ୍ରୀତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ଦେଶାତ୍ମବୋଧକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ୧୦୦ରୁ ଉର୍ଦ୍ଧ ଜଣ କବିତା ପାଠକ ପାଠିକା ଅଂଶଗ୍ରଣ କରିଥିଲେ । କବିତା ପାଠତ୍ସବକୁ ଶ୍ରୀ ବିଚିତ୍ରାନନ୍ଧ ବେବର୍ତ୍ତା, ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଓ ସୁଶ୍ରୀ ଅଞ୍ଜନା ପଟ୍ଟନାୟକ,ଅଧ୍ୟାପିକା ପ୍ରମୁଖ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ବିଦ୍ୟୁତ୍ ଶେଖର ମିଶ୍ର ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ, ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତୁଷାର ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026