Home ଓଡ଼ିଶା ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମ ଠାରେ ନବ ନିର୍ମାଣ କୃଷକ ସଂଘର କୃଷକ ମାନଙ୍କ ଦାବି କୁ ନେଇ ଚାଷୀଙ୍କ ସମାବେଶ ଅନୁଷ୍ଠିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ଉପଲଡ଼ା ଗ୍ରାମଠାରେ ଥିବା ମଣ୍ଡି ପରିସରରେ ନବନିର୍ମାଣ କୃଷକ ସଙ୍ଘଠନ ଦ୍ୱାରା ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ସରକାରଙ୍କୁ ସମାଲୋଚନା କରି କୁହାଯାଇଛିଯେ ଚାଷୀଙ୍କ ଦାବିକୁ ସରକାର ଉପେକ୍ଷା କରୁଛନ୍ତି. କୃଷି ଦ୍ୱାରା ଆଦାୟ ହେଉଥିବା ଫସଲର ଉଚିତ ମୂଲ୍ୟ ମିଳୁନାହିଁ. ମୋଟାମୋଟି ଭାବେ କୃଷି ଓ କୃଷକର ସୁରକ୍ଷା ଓ ସ୍ୱାର୍ଥରକ୍ଷାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ସଂଘଠନର ପ୍ରତିନିଧିମାନେ ଅଭିଯୋଗ କରି କହିଛନ୍ତିଯେ ଏମଏସପି ନାମରେ ଧାନ ମଣ୍ଡିରେ କଟନୀ ଚଟନୀ ନାମରେ ଚାଷୀଙ୍କୁ ହଇରାଣ କରିବା ବନ୍ଦ କରାଯାଉ, ଗଜପତି ଜିଲ୍ଲାରେ କପା ଓ ମକା ମଣ୍ଡି ଖୋଲାଯାଉ, ଧାନ ବିକ୍ରି ବେଳେ ଅଖାର ମୂଲ୍ୟ ସହ ପରିବହନ ଖର୍ଚ୍ଚ ପ୍ରଦାନ କରାଯାଉ ବୋଲି ନବ ନିର୍ମାଣ କୃଷକ ସଙ୍ଘଠନର ଏହି ସମାବେଶରେ ଦାବି କରାଯାଇଛି. ଏହି ସମାବେଶକୁ ଗଜପତି ଜିଲ୍ଲା ପ୍ରଭାରୀ ରଣଜିତ୍ ପଟ୍ଟନାୟକଙ୍କ ଅଧ୍ଯକ୍ଷତା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଦଣ୍ଡାସୀ ଖଣ୍ଡୁଆଳ, ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏସ. ଵାଲାରାଜୁ ପ୍ରମୁଖଙ୍କ ସହ ବହୁ ଚାଷୀ, କୃଷକ ଯୋଗ ଦେଇଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026