ଗଜପତି ଜିଲ୍ଲା ପ୍ରଶାସନ ଦ୍ଵାରା ୬ ଜଣ ଶିଶୁ ଉଦ୍ଧାର କରି ସେମାନଙ୍କ ଯତ୍ନ ଓ ସୁରକ୍ଷାର ଦାୟିତ୍ୱ ନେଲେ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ପ୍ରଶାସନ ଅତି ଦୟନୀୟ ଅବସ୍ଥାରେ ୬ ଜଣ ଶିଶୁ ରହୁଥ‌ିବା ଖବରପାଇ ସେମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଦାୟିତ୍ୱରେ ଥିବା ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆର୍ ଉଦୟଗିରି ବ୍ଲକ ମହେନ୍ଦ୍ରଗିରି ଶକ୍ତି ସଦନର କର୍ମଚାରୀ ଶିଶୁଙ୍କୁ ଠାବ କରିଥିଲେ । ପରବର୍ତ୍ତୀ ସମଯରେ ଚାଇଲ୍ସ ହେଲ୍ପଲାଇନର ୨ ଜଣ କର୍ମଚାରୀ ଓ ୱାନଷ୍ଟପ୍ ସେଣ୍ଟରର ଜଣେ କର୍ମୀ ସେମାନଙ୍କ ନିକଟରେ ପହଞ୍ଚିଥିଲେ l

ଉକ୍ତ ଶିଶୁ ମାନଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଇଥିଲେ I ଶିଶୁ ମାନଙ୍କର ବିଷୟରେ ସମସ୍ତ ବିଷୟ ଓ ଉଦ୍ଧାର କରିଥିବା କର୍ମଚାରୀଙ୍କ ଠାରୁ ଅବଗତ ହେଲା ପରେ ୬ ଜଣ ଶିଶୁମାନଙ୍କ ମଧ୍ୟରୁ ୩ ଜଣ ୨ ବର୍ଷରୁ କମ୍ ହୋଇଥିବାରୁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଓ ଅନ୍ୟ ୩ ଜଣ ଶିଶୁଙ୍କୁ ଉକ୍ରଳ ବାଳାଶ୍ରମରେ ଥଇଥାନ କରାଯାଇଛି I ଉଦ୍ଧାର ହୋଇଥିବା ୬ ଜଣ ଶିଶୁମାନଙ୍କ ମଧ୍ୟରୁ ୪ ଜଣଶିଶୁ ରାମଗିରି ଅଞ୍ଚଳର l

ସେମାନଙ୍କ ମଧ୍ୟରୁ ବାପା ମା’ଙ୍କୁ ଛାଡି ଅନ୍ୟତ୍ର ବିବାହ କରି ରହୁଛନ୍ତି I ମା’ ସେମାନଙ୍କର ଯତ୍ନ ସଠିକ୍ ଭାବେ ନେଇପାରୁନଥଲା । ଅନ୍ୟ ୨ ଶିଶୁ ମୋହନା ଅଞ୍ଚଳର ବୋଲି ଜଣାପଡିଛି  l ଏହି ୬ଜଣପିଲାଙ୍କ ଯତ୍ନ, ସୁରକ୍ଷାଓ ଶିକ୍ଷାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଦାୟିତ୍ୱ ନେଇଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି ।

Exit mobile version