ପ୍ରସ୍ତାବିତ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜନଶୁଣାଣି

ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ରାଜକିଶୋର ସେନାପତି – ସାକ୍ଷୀଗୋପାଳ ବଜାରରେ ପ୍ରସ୍ତାବିତ ରେଳ ଓଭର ବ୍ରିଜ ନିର୍ମାଣ ନିମନ୍ତେ ସ୍ଥାନାନ୍ତର ଓ ବଜାର ସମ୍ପ୍ରସାରଣ ପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସତ୍ୟବାଦୀ ତହସିଲ ଅନ୍ତର୍ଗତ ୨ଗୋଟି ମୌଜା ଯଥା ଜୟପୁର ଓ ପେଣ୍ଠପଡା ଓରଫ ଗୋପାଳପୁର ପାଟଣାର ଏ୩. ୮୩୫୫ ଡେସିମିଲି (ଘରୋଇ ଜମି ଓ ଦେବୋତ୍ତର ଜମି) ଅଧିଗ୍ରହଣ ନିମନ୍ତେ ରାସ୍ତା ଓ ପୂର୍ତ୍ତବିଭାଗ ପୁରୀ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରସ୍ତାବ ପ୍ରାପ୍ତ ହେବାପରେ ତତ୍ ସମ୍ପର୍କିତ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଜମି ଅଧିଗ୍ରହଣ ସ୍ୱଚ୍ଛତା ପୁନଃର୍ବାସ ଓ ଥଇଥାନ ଆଇନ ୨୦୧୩ ର ଧାରା ୧୬ ଅନୁଯାୟୀ ପୁନଃର୍ବାସ ଥଇଥାନ ଯୋଜନାର ଚିଠା ପ୍ରସ୍ତାବ ର ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଡ଼ ଶରତ ଚନ୍ଦ୍ର ମହାପାତ୍ର ରାଜସ୍ବ ଅଧ୍ୟକ୍ଷତା କରିଥିଲେ । ଉପଜିଲ୍ଲାପାଳ ରାଜକିଶୋର ଜେନା, ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୈବଲ୍ୟ କିଶୋର କର,ଆରଆଣ୍ଡବି ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଦ୍ଵିବେଦୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା,

ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଉପଜିଲ୍ଲାପାଳଙ୍କ ଦ୍ଵାରା ପୂନଃର୍ବାସ ଓ ଥଇଥାନ ସମ୍ବନ୍ଧିତ ଚିଠା ଉପସ୍ଥାପନ କରାଯାଇଥିଲା । ଏହି ଜନଶୁଣାଣୀରେ ୨ଗୋଟି ମୌଜାର ପାଖାପାଖି ୫ ଶହ ଜନସାଧାରଣଙ୍କ ସମାଗମରେ ସଭାକାର୍ଯ୍ୟ ସୂଚାରୁରୂପେ ପରିଚାଳିତ ହେବା ସଙ୍ଗେ ସଙ୍ଗେ ଉପସ୍ଥିତ ପ୍ରକଳ୍ପ ଅନ୍ତର୍ଗତ ପ୍ରସ୍ତାବିତ ବ୍ୟକ୍ତି ବିଶେଷଙ୍କ ଲିଖିତ ଆପତ୍ତି ଅଭିଯୋଗ ସହିତ ପ୍ରକଳ୍ପର ପ୍ରଭାବ ସମ୍ପର୍କରେ ମତାମତ ଗ୍ରହଣ କରାଯାଇଥିଲା ।

Exit mobile version