Home ଓଡ଼ିଶା ଆନନ୍ଦ ଓ ଭାଇଚାରାର ବାର୍ତ୍ତା ନେଇ ପଡ଼ିଆରେ ବିଭିନ୍ନ ଚର୍ଚ୍ଚରେ ପାଳିତ ହେଲା ମେରି ଖ୍ରୀଷ୍ଟମାସ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପଡ଼ିଆରେ ସି ଏସ୍ ଆଇ ସେଣ୍ଟ ମାର୍କ ଚର୍ଚ୍ଚ ସହ ଅନ୍ୟ ଚର୍ଚ୍ଚ ମାନଙ୍କ ମଧ୍ୟରେ ଖୁସି, ଆନନ୍ଦ ଓ ଭାଇଚାରାର ଉତ୍ସବ ମେରି ଖ୍ରୀଷ୍ଟମାସ ଉତ୍ସାହର ସହ ପାଳନ କରାଯାଇଛି । ପଡ଼ିଆ ରେ ଥିବା ସମସ୍ତ ଚର୍ଚ୍ଚ ଗୁଡ଼ିକ ଆଲୋକମାଳା, କ୍ରିସମାସ ଟ୍ରୀ ଓ ଆକର୍ଷଣୀୟ ସାଜସଜ୍ଜାରେ ଉଜ୍ଜ୍ୱଳ ହୋଇଉଠିଥିଲା । ବିଶ୍ବାସୀ ମାନେ ପ୍ରାର୍ଥନା ସଭାରେ ଯୋଗଦେଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ । ଏହି ଅବସରରେ ଶାନ୍ତି, ସହନଶୀଳତା ଓ ମାନବତାର ବାର୍ତ୍ତା ପ୍ରସାରିତ ହୋଇଥିଲା । ଶିଶୁମାନଙ୍କ ମଧ୍ୟରେ ସାନ୍ତାକ୍ଲଜ ଉପହାର ବଣ୍ଟନ କରି ଖୁସିର ପରିବେଶ ସୃଷ୍ଟି ହୋଇଥିଲା । ବଡ଼ଦିନ ଉପଲକ୍ଷେ ପଡ଼ିଆ ର ସମସ୍ତ ଚର୍ଚ୍ଚର ଵିଶ୍ବାସୀ ମାନେ ମିଳିମିଶି ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନର ବାର୍ତ୍ତା କୋଣ ଅନୁକୋଣରେ ପ୍ରକାଶ କରିବା ଉଦ୍ଦେଶ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାଚ, ଗୀତ ଓ ଡେମସା ମାଧ୍ୟମରେ ପଡ଼ିଆ ପରିଭ୍ରମଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 Rupa Dash conducts Workshops on Financial Freedom by Proprietor Abhimanyu Maharana August 19, 2026