ଦାବ୍ରି ଗ୍ରାମର ସମସ୍ୟା କୁ ନେଇ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ମାଁ ଦୁଆରସନୀ ୟୁଥ୍ କ୍ଳବ୍ ସଦସ୍ୟ

ବେଲପଡ଼ା, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଅନୁର୍ଗତ ଦାବ୍ରି ଗ୍ରାମର ମାଁ ଦୁଆରସନୀ ୟୁଥ୍ କ୍ଲବ୍ ପକ୍ଷରୁ ଆଜି ତୁରେକେଲା ବ୍ଲକ ବିଡ଼ିଓ ଙ୍କୁ ଗାଁର ଅନେକ ସମସ୍ୟା କୁ ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । ଗାଁର ବସ୍ତି ୩ ଛକ ରାସ୍ତା ଠାରୁ ନେଇ କି ଗଣ୍ଡାପଡ଼ା ପହରି ମଣ୍ଡପ ପାଇଁ ସିମେଣ୍ଟ ରାସ୍ତା,ଅଙ୍ଗନୱାଡି କେନ୍ଦ୍ର ଠାରୁ ଟାଣପଡ଼ା ପାଇ କକ୍ରିଟ ରାସ୍ତା,

ସମସ୍ତ ପଡ଼ାର ରୋଡ ରାସ୍ତା ଉପରେ ପାଣି ଜମି ରହୁଥ‌ିବା ଯୋଗୁଁ ଡ୍ରେନ ପାଇଁ ବ୍ୟବସ୍ଥା ଓ ଗାଁ ବସ୍ତି ଛକ ଠାରୁ ମାଟିଗୁଡ଼ି ପର୍ଯ୍ୟନ୍ତ ଡ୍ରେନ ପାଇଁ ଦାବି ପତ୍ର ଦିଆଯାଇଛି।ଗାଁର ୫ ଟି ପଡ଼ାରେ ବିଦ୍ୟୁତ୍ ସଂଯୋଗ ନାହିଁ ବୋଲି ବିଡିଓ ଙ୍କୁ ଲେଖା ଦେଇଛନ୍ତି ।

ବିଡ଼ିଓ କହିଛନ୍ତି ରୋଡ ରାସ୍ତା ଡ୍ରେନ ବଡ ସମସ୍ୟା ଉପରେ ନଜର ଦେବା ବୋଲି କହିଛନ୍ତି ଓ ଲାଇଟ୍ ପାଇଁ ହିଆଳ ପଞ୍ଚାୟତ ସରପଞ୍ଚ ଙ୍କୁ ଜଣାନ୍ତୁ ବୋଲି ନିଜର ମତ ଦେଇଛନ୍ତି । ଅଭିଯୋଗ ପତ୍ର ଦେବା ସମୟ ରେ ଦୁଆରସନି ୟୁଥ୍ କ୍ଲବ୍ ର ସଭାପତି ଶ୍ରୀ ରାଜୁ ଛତ୍ରିଆ, କ୍ଲବ୍ ସହଯୋଗୀ ଶ୍ରୀ ରୁକ୍ଷ କର୍ଷା ଚନ୍ଦନ, ଏକଟିପ ମେମ୍ବର ଜିତେନ୍ଦ୍ର ଚନ୍ଦନ, ବିଦୁର ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version