କଣ୍ଟାବାଞ୍ଜିରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆଜି ଡିସେମ୍ବର ୨୬ତାରିଖ ବିଜୁ ଜନତା ଦଳ ୨୮ବର୍ଷ ପୂରଣ କରି ୨୯ବର୍ଷରେ ପ୍ରଦାର୍ପଣ କରିଛି । ଏହି ୨୯ତମ ବିଜେଡି ପ୍ରତିଷ୍ଠା ଦିବସ କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି ବିଜେଡି ଅଫିସ ଠାରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଏବଂ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଆୟୁବ ଖାଁ ନିର୍ଦ୍ଦେଶ କ୍ରମେ ଡଃ. ଅମଜଦ ଖାଁ ଙ୍କ ନେତୃତ୍ବରେ ପାଳନ କରାଗଲା ।

ସରକାରୀ ହସ୍ପିଟାଲ ଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଗଲା ଏବଂ ବିଜେଡି ଅଫିସ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ଶ୍ରୀମତୀ ମିଥୁଲା ମାଝୀ,ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ଯକ୍ଷା ଶ୍ରୀମତୀ ଗୋପା ମହାନନ୍ଦ, ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ କେତକୀ, ପତ୍ରାପାଲି ସମିତି ସଭ୍ୟ ସନ୍ୟାସି ପୁଟେଲ,

କଣ୍ଟାବାଞ୍ଜି ୱାର୍ଡ ନମ୍ବର ୩ ୱାର୍ଡ ମେମ୍ବର ମନୀଷ ଅଗ୍ରୱାଲ, ରାଜ୍ୟସଭା ପ୍ରତିନିଧୂ ଏସ କେ ଅନବର, ବରିଷ୍ଠ ବିଜେଡି ନେତା କର୍ଣ୍ଣ ମେହେର, ବରିଷ୍ଠ ବିଜେଡି ନେତା ରାଜ କିଶୋର ସୁନା, ଯୁବ ନେତା ଉତ୍ତର ପନିକା, କଣ୍ଟାବାଞ୍ଜି ସୋସିଆଲ ମିଡ଼ିଆ କୋର୍ଡିନେଟର ସିମରାନ କୌର, ମୁରିବାହାଲ ବ୍ଲକ ସୋସିଆଲ କୋର୍ଡି ନେଟର କୈଳାଶ ସାହୁ ଶରତ ବେହେରା,ବରିଷ୍ଠ ବିଜେଡି ନେତା ବାବୁଲିନ ମହାନନ୍ଦ,

ମନୋଜ ସାହୁ, ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ରାୟ, ଦୀପକ ମନିହାର, ସଞ୍ଜୟ ସୁନା, ଗଫାର ଖାଁ, ଅଙ୍କିତ ଯଶପାଳ, ଜଗଦୀଶ ପୁଟେଲ, ପ୍ରଦୀପ ପୁଟେଲ, ପବିତ୍ର ରଣା, ମୁକେଶ ଭୋଇ, ବିନୋଦ ବେହେରା, ଅରକ୍ଷିତ ମେହେର ବରିଷ୍ଠ ନେତୃମଣ୍ଡଳୀ, ଛାମୁଆ ସଂଗଠନର କର୍ମକର୍ତ୍ତା ତଥା ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତା ଯୋଗଦେଇ ଥିଲେ ।

Exit mobile version