କଣ୍ଟାବାଞ୍ଜି ପୋଲିସ ଦ୍ବାରା ୯ ଦାଦନ ଶ୍ରମିକ ସହ ୬ ନାବାଳକ ଉଦ୍ଧାର : ସର୍ଦ୍ଦାର କୋର୍ଟ ଚାଲାଣ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ଦ୍ବାରା ବେଆଇନ ଦାଦନ ଉଦ୍ଧାରାମଙ୍ଗଳବାର ଦିନେ ବେଆଇନ ଭାବେ ଦାଦନ ଚାଲାଣ ହେଉଥ‌ିବା ବେଳେ ପୋଲିସ ଦ୍ବାରା ୪ ପୁରୁଷ,୫ମହିଳା, ୨ଶିଶୁ ଓ ୫ନାବାଳିକା ଏପରି ମୋଟ ୧୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତୁରେକେଲା ଥାନା ଧୁସାମୁଣ୍ଡା ଗ୍ରାମର ସର୍ଦ୍ଦାର ସୁଜନ ଘିଭେଲା ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରୁ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଛି ।

ଟାସ୍କଫୋର୍ସ ପୋଲିସ ଅଧୂକାରୀ ପଞ୍ଚାନନ୍ଦ ନେଗୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ସର୍ଦ୍ଦାର ସୁଜନ ନାମରେ ଏକ ମାମଲା ନଂ ୪୪୮/୨୫ ରୁଜୁ କରି କଣ୍ଟାବାଞ୍ଜି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଗୋପାଳ କର୍ଣ୍ଣ ଙ୍କ ଠାରୁ ପ୍ରକାଶ । ଅନ୍ୟ ପକ୍ଷରେ ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ତାଙ୍କର ଘର ପାଇକମାଳ ଛାଡି ଦିଆଯାଇଛି ବୋଲି ଅଧୂକାରୀ ଶ୍ରୀ ନେଗୀ ସୂଚନା ଦେଇଛନ୍ତି ।

Exit mobile version