ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ୧୦ତମ ସତ୍ୟବାଦୀ ମହୋସ୍ତବ ୨୦୨୬ ପାଇଁ ସ୍ଥାନୀୟ ବକୁଳ ବଟିକାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସତ୍ୟବାଦୀ ର ସ୍ୱାଭିମାନ ପଞ୍ଚସଖା ଙ୍କ ଜନ୍ମଭୂମି ର ସଠିଘରୁ ଜ୍ୟୋତି ସଂଗ୍ରହ କରାଯାଇ ସତ୍ୟବାଦୀ ମହୋତ୍ସବ ପ୍ରଥମେ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା । ଏହି ମହୋତ୍ସବ ୩ ଦିନ ଧରି ହୋଇଥାଏ ।ପାରମ୍ପରିକ ରିତିନୀତି ଅନୁସାରେ ବାଜା, ବାଣ, ଗୋଟିପୁଅ, ସଂକୀର୍ତନ, ନାଗା, ସାହିଜାତ ସହିତ ପ୍ରଥମେ ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଥାଏ ।
