Home ଓଡ଼ିଶା ବୋଲଗଡ଼ ମହୋତ୍ସବ “ଆଶା” ଉଦଘାଟିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ମଡ଼ର୍ଣ୍ଣ ନୃତ୍ୟ ଗ୍ରୁପ ଦର୍ଶକଙ୍କ ମନମହିଲା ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ମହୋତ୍ସବ ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ୨୨ତମ ବୋଲଗଡ଼ ମହୋତ୍ସବ “ଆଶା ” ଶୁକ୍ରବାର ଦିନ ମହାଡ଼ମ୍ବର ସହକାରେ ବୋଲଗଡ଼ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଅଛି ! ଏହି ମହୋତ୍ସବ ପ୍ରଥମ ଦିବସରେ ମୁଖ୍ୟ ଅତିଥିଭାବେ ସମାଜସେବୀ ବେଣୁଧର ପ୍ରଧାନ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ କାଳିଚରଣ ଜୟସିଂ ଓ ସମ୍ମାନିତ ଅତିଥିଭାବେ ବେଗୁନିଆ ବ୍ଲକ ଅଧକ୍ଷ ଲଷ୍ମୀଧର ସୁବୁଦ୍ଧି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଉମେଶ ଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ସୁମନ୍ତ ଛୋଟରାୟ, ଲଷ୍ମୀଧର ଚୌଧୁରୀ,ପ୍ରଫୁଲ ଚନ୍ଦ୍ର ମହାନ୍ତି,ଭଞ୍ଜ କିଶୋର ଯତି,ସିନେ କଳାକାର ମିଷ୍ଟି ଆୟୋନା ଅଲିଶା, ସରପଞ୍ଚ ଗୀତାଞ୍ଜଳି ସାହୁ,ସମିତି ସଭ୍ୟ ନିର୍ମଳା ପ୍ରଧାନ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ମହୋତ୍ସବର ପ୍ରାରମ୍ଭରେ ବୈଂଶୀଧର ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ! ମହୋତ୍ସବ କମିଟିର ସଭାପତି ତଥା ବିଧାୟକ ସ୍ୱାଗତ ଭାଷଣ ଦେଇ ବୋଲଗଡ଼ ବ୍ଲକ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଭାସ୍କର୍ଯ୍ୟ, ହସ୍ତଶିଳ୍ପ, ଲୋକନୃତ୍ୟ, କୃଷି ଓ ଭାଇଚାରାର ସମ୍ପର୍କ ବିଷୟରେ ଆଲୋକ ପାତ କରିଥିଲେ ! ମହୋତ୍ସବ ମାଧ୍ୟମରେ ନିବିଡ଼ ବନ୍ଧୁତ୍ୱ ସ୍ଥାପନ ହେବା ସଙ୍ଗେସଙ୍ଗେ ଭାବର ଆଦାନ ପ୍ରଦାନ ମାଧ୍ୟମରେ ଅତୀତର ଗୌରବମୟ ଇତିହାସକୁ ସମସ୍ତ ଜନସାଧାରଣମାନେ ସାଉଁଟିଥାନ୍ତି ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ ! ଅନୁଷ୍ଠାନର ଉପସଭାପତି ରବୀନ୍ଦ୍ର କୁମାର ପରିଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରି ବୋଲଗଡ଼ର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ! ମହୋଉତ୍ସବ କମିଟିର ସାଧାରଣ ସମ୍ପାଦକ ବୀରକିଶୋର ଦାସ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ! ବୋଲଗଡ଼ ମହୋତ୍ସବ କମିଟି ତରଫରୁ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରୀତିଉପହାର, ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ! କୁଇଜ ମାଷ୍ଟର ତଥା ସାମ୍ବାଦିକ ଚନ୍ଦ୍ରବିଜୟୀ ମିଶ୍ର ବିଭିନ୍ନ ପ୍ରତିଯୋଗୀମାନଙ୍କୁ ନେଇ ଜ୍ଞାନ ପରୀକ୍ଷା କରାଇଥିଲେ ! ଗ୍ରାମାଞ୍ଚଳ କଳାକାରମାନଙ୍କ ଦ୍ୱାରା ଦାସକାଠିଆ, ଭଜନ ସମାରୋହ, ପାଲ୍ଲା ଆଦି ପରିବେଷଣ କରାଯାଇଥିଲା ! ମହୋତ୍ସବର ବ୍ୟବସାୟମାନେ ବିଭିନ୍ନ ଷ୍ଟଲ ମାନ ଖୋଳାଯାଇଅଛି ! ୫ଦିନଧରି ଅନୁଷ୍ଠିତ ହେଉଥିବା ବୋଲଗଡ ମହୋତ୍ସବକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାରକ୍ଷା କରିବା ପାଇଁ ବୋଲଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ସୁଶାନ୍ତ କୁମାର ଦଳାଇଙ୍କ ସମେତ ସମସ୍ତ ପୋଲିସ ବାହିନୀ, ବିଦ୍ୟୁତ ବିଭାଗ ଓ ଅଗ୍ନିଶ୍ରମ ବିଭାଗ ସହଯୋଗ କରୁଅଛନ୍ତି ! ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ସଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଉଅଛି ! ଜଗତସିଂହପୁର ମଡ଼ର୍ଣ୍ଣ ଲିଟିଲଷ୍ଟର ନୃତ୍ୟ ଗ୍ରୁପ ଦର୍ଶଙ୍କ ମନମୋହିଅଛି ! ପରିଶେଷରେ ସଂସ୍କୃତିଜ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! ଏହି ସଭାରେ ବୋଲଗଡ଼ ସଂମ୍ମାନ ଜମ୍ବେଶ୍ୱର ମଙ୍ଗରାଜ,ରଘୁନାଥ ସାହୁ, ପ୍ରିୟ ରଞ୍ଜନ ସାହୁ, ଓ ସାମ୍ବାଦିକ କ୍ଷେତ୍ରରେ ଯଦୁନାଥ ସାମନ୍ତରାୟ ପ୍ରମୁଖଙ୍କୁ ବୋଲଗଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କୁଇଜ ମାଷ୍ଟର ତଥା ସାମ୍ବାଦିକ ଚନ୍ଦ୍ରବିଜୟୀ ମିଶ୍ର ବିଭିନ୍ନ ପ୍ରତିଯୋଗୀମାନଙ୍କୁ ନେଇ ଜ୍ଞାନ ପରୀକ୍ଷା କରାଇଥିଲେ ! ଗ୍ରାମାଞ୍ଚଳ କଳାକାରମାନଙ୍କ ଦ୍ୱାରା ଦାସକାଠିଆ, ଭଜନ ସମାରୋହ, ପାଲ୍ଲା ଆଦି ପରିବେଷଣ କରାଯାଇଥିଲା ! ମହୋତ୍ସବର ବ୍ୟବସାୟମାନେ ବିଭିନ୍ନ ଷ୍ଟଲ ମାନ ଖୋଳାଯାଇଅଛି ! ୫ଦିନଧରି ଅନୁଷ୍ଠିତ ହେଉଥିବା ବୋଲଗଡ ମହୋତ୍ସବକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାରକ୍ଷା କରିବା ପାଇଁ ବୋଲଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ସୁଶାନ୍ତ କୁମାର ଦଳାଇଙ୍କ ସମେତ ସମସ୍ତ ପୋଲିସ ବାହିନୀ, ବିଦ୍ୟୁତ ବିଭାଗ ଓ ଅଗ୍ନିଶ୍ରମ ବିଭାଗ ସହଯୋଗ କରୁଅଛନ୍ତି ! ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ସଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଉଅଛି ! ଜଗତସିଂହପୁର ମଡ଼ର୍ଣ୍ଣ ଲିଟିଲଷ୍ଟର ନୃତ୍ୟ ଗ୍ରୁପ ଦର୍ଶଙ୍କ ମନମୋହିଅଛି ! ପରିଶେଷରେ ସଂସ୍କୃତିଜ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍ Related Content ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି by Proprietor Abhimanyu Maharana June 14, 2026 ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ by Proprietor Abhimanyu Maharana June 14, 2026 ବିରିଡିରେ ରଜ ଉଚ୍ଛବ ପାଳିତ by Proprietor Abhimanyu Maharana June 13, 2026 Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha by Proprietor Abhimanyu Maharana June 13, 2026 समाज के आर्थिक रूप से कमजोर परिवारों को आर्थिक सहायता by Proprietor Abhimanyu Maharana June 13, 2026 ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା by Proprietor Abhimanyu Maharana June 13, 2026