ବିଜେଡି ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ପାଳିତ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ହିଞ୍ଜିଳିକାଟୁ ପୌର ଓ ବ୍ଳକ ପକ୍ଷରୁ ଶୁକ୍ରବାର ବିଜୁ ଜନତା ଦଳ ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୌରାଞ୍ଚଳ ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର ଓ ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତିଙ୍କ ମିଳିତ ତତ୍ତ୍ଵାବଧାନରେ ବହୁ ଦଳୀୟ କର୍ମୀ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ।

ସ‌ହରର ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ପ‌ହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ବିଜେଡି ସରକାରଙ୍କ ଅମଳରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସହ ନବୀନ ପଟନାୟକଙ୍କ ରାଜ୍ୟବାସୀଙ୍କ ପ୍ରତି ବହୁ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।

ଦୀର୍ଘ ୧୮ ମାସ ଧରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଶାସନଭାର ଗ୍ରହଣ କରିଥିଲେ ମଧ୍ୟ ନିର୍ବାଚନ ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି। ୩ ଶହ ୟୁନିଟ୍ ମାଗଣା ବିଜୁଳି, ୩୫ ଶହ ଟଙ୍କା ଭତ୍ତା ପ୍ରଦାନ, ପ୍ରତ୍ୟେକ ମହିଳାଙ୍କୁ ୧ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ଚିଟଫଣ୍ଡ ଠକେଇ, ରତ୍ନ ଭଣ୍ଡାର, ଓଡିଆ ଅସ୍ମିତାରେ ବିଫଳ ନେଇ ଉପସ୍ଥିତ ନେତା ମାନେ ମତବ୍ୟକ୍ତ କରିଥିଲେ।‌

ରାଜ୍ୟ ବିରୋଧଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଆଗାମୀ ଦିନରେ ରାଜ୍ୟରେ ବିଜେଡି ଶାସନ ଗଠନ ପାଇଁ ଉପସ୍ଥିତ ଅତିଥି ବୃନ୍ଦ ହିଞ୍ଜିଳି ବାସୀଙ୍କୁ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ରନାଥ ପ୍ରଧାନ, ଡି. ବିଶ୍ବନାଥ, ଉପାଧ୍ୟକ୍ଷା ସୁନିଲ ଗନ୍ତାୟତ,

ବିରୋଧୀଦଳ ନେତା ତଥା ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୈାରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଢି, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ତରୁଣ କୁମାର ପଣ୍ଡା, ନିଳମଣି ପଟ୍ଟନାୟକ, ବିଭୁପ୍ରସାଦ ପଣ୍ଡା, ବସନ୍ତ ବେହେରା, ପ୍ରଦୀପ କୁମାର ପଣ୍ଡା, ଯୁଧିଷ୍ଠିର ସ୍ବାଇଁ, ଅରୁଣ ସାବତ, ସଞ୍ଜୟ ସ୍ବାଇଁ, ମାନସ ରଞ୍ଜନ ବେହେରା,

ରୋହିତ ବିଷୋୟୀ, ଶ୍ୟାମଘନ ବେହେରା, ଗୋପବନ୍ଧୁ ବେହେରା, ଅନିଳ ସ୍ବାଇଁ, ସୁଶାନ୍ତ ଚୋୖଧୁରୀ , ଭିକା ବେହେରା, ସରୋଜ ପଣ୍ଡା, ବି. ରାମଚନ୍ଦ୍ର, ରାମଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି କର୍ମକର୍ତ୍ତାଙ୍କ ସହ ସହସ୍ରାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Exit mobile version