Home ଓଡ଼ିଶା ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟଳୟରେ ପାଳନ କରାଯାଇଛି । ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବକ୍ତବ୍ୟରେ, ସାମନ୍ତବାଦୀ ଚିନ୍ତାଧାରା ଏବେ ବି ଆମ ସମାଜରେ ବଳବତ୍ତର ଅଛି। ଜଣେ ସାଧାରଣ ମଣିଷ ହୋଇ ଲୋକଙ୍କ ସେବା କରିବା ମୋ ଲକ୍ଷ ବୋଲି କହିଥିଲେ । ନିର୍ବାଚିତ ପ୍ରତିନିଧି ମନୋଭାବ ଜଣେ ସେବକ ହେବା ଆବଶ୍ୟକ ବୋଲି କହିଥିଲେ। ଦଳକୁ ସଂଗଠିତ କରିବାର ମନ୍ତ୍ର ଦେଇଥିଲେ। ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଆଗକୁ ଯିବାକୁ ଆହ୍ବାନ ଦେଇଥିଲେ। ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ସମସ୍ତେ ଲଢେ଼ଇ କରିବାକୁ ଆହ୍ବାନ ଦେଇଥିଲେ। ଆଜିର ବୈଠକରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟ୍ଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ କ୍ଷୀରୋଦ କୁମାର ମହାପାତ୍ର, ସରୋଜ କୁମାର ରଣସିଂ, ଝିଲ୍ଲି ପ୍ରଧାନ, ମହିଳା ବିଜେଡି ସଭାପତି ବିରଜା ଲକ୍ଷ୍ମୀ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ନିରଞ୍ଜନ ମିଶ୍ର, ଦନାର୍ଦ୍ଦନ ଦଳବେହେରା, ନିତ୍ୟାନନ୍ଦ ପ୍ରଧାନ, ବସନ୍ତ ରଥଶର୍ମା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଶେଖ୍ ନଇମ୍, ମହିଳା ନେତ୍ରୀ ମାଳତୀ ଗୁରୁ ପ୍ରମୁଖ ଡବଲ ଇଞ୍ଜିନ ସରକାର ମିଥ୍ୟା ପ୍ରତିଶ୍ରୁତି, ସରକାରଙ୍କ ଶୋଷଣ ନୀତି ଉପରେ ବକ୍ତବ୍ୟ ରଖିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026