ବିଜୁ ଜନତା ଦଳ ଦେଶ ର ଏକ ସଫଳ ଆଞ୍ଚଳିକ ଦଳ ।
ବିଜୁ ଜନତା ଦଳ ଓଡିଶା ବାସୀଙ୍କ ଦଳ।ଏହା ଏକ ଜନ ଆନ୍ଦୋଳନ।ଓଡିଶା ବାସୀଙ୍କ ସ୍ୱାଭିମାନ ଓ ଆଶା,ଆକାଂକ୍ଷା ସହ ବିଜେଡି ଜଡିତ।
ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ। ନବୀନ ପଟ୍ଟନାୟକ l
ବର୍ତ୍ତମାନ ର ଆହ୍ୱାନ କୁ ଭବିଷ୍ୟତ ପାଇଁ ସୁଯୋଗ ରେ ପରିଣତ କରିବାକୁ କର୍ମୀ ମାନଙ୍କୁ ପରାମର୍ଶ ।
ରାଜ୍ୟ ରେ ଏଵେ ସରକାର ଥିବା ପରି ଅନୁଭବ ହେଉ ନାହିଁ। ନବୀନ ପଟ୍ଟନାୟକ l
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶଙ୍ଖ ଭବନ ରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଗଣତନ୍ତ୍ର ରେ ହାରଜିତ ରହିଛି । କିନ୍ତୁ କିଛି ଲୋକ ଓ କିଛି ଦଳ ଏଵେ ବିଜୁ ଜନତା ଦଳ କୁ ନେଇ ଅପପ୍ରଚାର କରୁଛନ୍ତି ।
ବିଜୁ ଜନତା ଦଳ ଭାଙ୍ଗି ଯିବ ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରା ଯାଉଛି । କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶବାସୀଙ୍କ ଦଳ। ସାଢେ ଚାରି କୋଟି ଓଡିଶା ବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ । ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।
ବିଜୁ ଜନତା ଦଳ କୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶ ରେ ଓଡିଶା ବାସୀଙ୍କ ସେବା କରିଚାଲିଛି l ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶା ର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ । ଦାରିଦ୍ର୍ୟ,କ୍ଷୁଧା,ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ ।
