Home ଓଡ଼ିଶା ବୋଲଗଡ଼ ମହୋତ୍ସବ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ବ୍ଲକ ସଦର ମହକୁମାରେ ଅବସ୍ଥିତ ବୋଲଗଡ଼ ମହୋତ୍ସବ କମିଟିର ଉପସଭାପତି ରବୀନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଓ ସାଧାରଣ ସମ୍ପାଦକ ବୀର କିଶୋର ଦାସଙ୍କ ଆବାହକତ୍ୱରେ ଏକ ଗୁରୁବାରଦିନ ଟାଉନ କ୍ଳବ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଅଛି ! ଏହି ସମ୍ମିଳନୀରେ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ସାମ୍ବାଦିକ, ମହୋତ୍ସବ କମିଟିର ଉପଦେଷ୍ଠା ପ୍ୟାରୀ ମୋହନ ଦାସ, ଲଲାଟେନ୍ଦୁ କେଶରୀ ସିଂହ, ଓ ସମ୍ପାଦକ ନାରାୟଣ ମାର୍ଥା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ! ବୋଲଗଡ଼ ମହୋତ୍ସବ ଚଳିତ ମାସ ୨୬ ତାରିଖ ଠାରୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବବୋଲି ନିଷ୍ପତି ନିଆଗଲା ! ବିଭିନ୍ନ ଦିବସରେ ଗ୍ରାମୀଣ କଳାକାରମାନଙ୍କ ଦ୍ୱାରା ଓ ରାଜ୍ୟ ସରକାରଙ୍କସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ବିଭିନ୍ନ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ଲୋକକଳାନୃତ୍ୟ, ପାଲା, ଦlଶକାଠିଆ, ସମ୍ବଲପୁରୀ ନୃତ୍ୟ, ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ ବୋଲି ସାଧାରଣ ସମ୍ପାଦକ ବୀରକିଶୋର ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ ! ବୋଲଗଡ଼ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ଇତିହାସ ଭାଇଚାରା ସମ୍ପର୍କକୁ ବୋଲଗଡ଼ ମହୋତ୍ସବ ମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାର ଓ ପ୍ରଚାର କରିବାକୁ ଉପସଭାପତି ରବୀନ୍ଦ୍ରକୁମାର ପରିଡା ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ ! ବୋଲଗଡ଼ ମହୋତ୍ସବ ମାଧ୍ୟମରେ ବୋଲଗଡ଼ କୁ ଏନ ଏସି ରୂପେ କାର୍ଯ୍ୟକାରୀ କରିବା ଏଫ.ଏମ. ସି ସ୍ଥାପନ କରିବା ବୋଲଗଡ଼ ରେଳ ଷ୍ଟେସନର ଉର୍ନତି ତଥା ବିକାଶ କରିବା ପାଇଁ ନିମନ୍ତ୍ରିତ ଅତିଥିମାନଙ୍କୁ ଅନୁରୋଧ କରାଯିବବୋଲି ଉପସଭାପତି ଶ୍ରୀ ପରିଡା ଘୋଷଣା କରିଥିଲେ ! ପରିଶେଷରେ ମହୋତ୍ସବ କମିଟିର ଉପଦେଷ୍ଠା ପ୍ୟାରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026